mobile header

ଲଘୁଚାପ ଯୋଗୁଁ ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା: ସିଇସି


ଭୁବନେଶ୍ୱର, ୫/୦୭: ଉତର ଓଡ଼ିଶା ଏବଂ ଏହାର ସଂଲଗ୍ନ ଅଂଚଳରେ ସୋମବାର ସୃଷ୍ଟି ହୋଇଥିବା
ଲଘୁଚାପ ମଙ୍ଗଳବାର ମଧ୍ୟପ୍ରଦେଶ ମୁହାଁ ହୋଇଥିବା ଯୋଗୁଁ ସାରା ଓଡ଼ିଶାରେ ଏହାର ପ୍ରଭାବରେ ପ୍ରବଳ ବର୍ଷା
ହେବାର ସମ୍ଭାବନା ଥିବା ବିଷୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର
(ସିଇସି) ପକ୍ଷରୁ ସୂଚନା ଦିଆଯାଇଛି ।
ଆରବସାଗର ଏବଂ ବଙ୍ଗୋପ ସାଗର ଆଡୁ ଅନୁକୂଳ ମୌସୁମୀ ପ୍ରବାହ ଯୋଗୁଁ ଜୁଲାଇ ୧୧ ତାରିଖ
ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ସାମାନ୍ୟରୁ ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ଥିବା ବେଳେ ଜୁଲାଇ ୮ ତାରିଖ
ବେଳକୁ ଅନ୍ୟ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ସିଇସି ପକ୍ଷରୁ କୁହାଯାଇଛି ।
ଏହି ସମୟରେ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର
ସମ୍ଭାବନା ଥିବା ବେଳେ ଅନ୍ୟ ଅଂଚଳଗୁଡ଼ିକରେ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ସାମାନ୍ୟରୁ ପ୍ରବଳ ବର୍ଷା ଜାରି
ରହିବ ବୋଲି ସିଇସି ସୂଚନା ଦେଇଛି ।
ସେହିପରି ଜୁଲାଇ ୧୧ ତାରିଖ ବେଳକୁ ଉତର-ପଶ୍ଚିମ ବଙ୍ଗୋପ ସାଗରରେ ତୃତୀୟ ଥର ପାଇଁ
ଲଘୁଚାପ ସୃଷ୍ଟି ହେବା ସହ ଜୁଲାଇ ୧୩ ତାରିଖ ସୁଦ୍ଧା ଏହା ଗଭୀର ଅବପାତର ରୂପ ନେଇପାରେ ବୋଲି ସିଇସି
ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବା ବେଳେ
କେତେକ ସ୍ଥାନରେ ମୂଶଳ ଧାରାରେ (୨୦ ସେମି ରୁ ଅଧିକ) ବର୍ଷା ହେବାର ଆଶଙ୍କା ରହିଛି । ବିଶେଷ କରି
ମହାନଦୀ, ବଂଶଧାରା ଏବଂ ଋଷିକୁଲ୍ୟା ନଦୀର କ୍ୟାଚ୍‌ମେଂଟ ଅଂଚଳରେ ଏହି ବର୍ଷା ହେବାର ସମ୍ଭାବନା ରହିଛି ।
ଜୁନ୍ ମାସରେ ବର୍ଷାର ପରିମାଣ କମ୍ ରହିଥିବା ବେଳେ ଜୁଲାଇ ମାସର ବର୍ଷା ଏହି ଅଭାବକୁ ପୂରଣ
କରିଥିଲେ ।
ଜୁଲାଇ ୧୨ ରୁ ୧୫ ମଧ୍ୟରେ କୃଷକମାନେ ଧାନଫସଲ ରୋପଣ କରିପାରିବେ ବୋଲି ସିଇସି ପକ୍ଷରୁ
କୁହାଯାଇଛି ।

Leave A Reply

Your email address will not be published.