xmas

ମାଲକାନଗିରି ଜିଲ୍ଲାରେ ୮୩ ପ୍ରତିଶତ ପିଲା ପାସ,୨ଟି ସ୍କୁଲର ଫଳାଫଳ ଶୂନ, ୨୦ ଜଣ ଏ-୧ବାଲିମେଳାର ଆୟୁଷ ହେଲେ ଟପ୍ପର

ମାଲକାନଗିରି,୬/୭: ମାଲକାନଗିରି ଜିଲ୍ଲାରେ ଚଳିତ ମ୍ୟାଟ୍ରିକ ପରୀକ୍ଷା ଫଳ ଆଶାନୁରୂପ ହୋଇଛି।ଜିଲ୍ଲାରେ ଚଳିତ ବର୍ଷ ୮୩ ପ୍ରତିଶତ ପିଲା ପାସ କରିଥିବା ଜଣାପଡିଛି।ସେଥିମଧ୍ୟରୁ ୨୦ ଜଣ ଏ-୧ରେ ପାସ କରିଛନ୍ତି।କିନ୍ତୁ ଜିଲ୍ଲାର ଦୁଇଟି ସ୍କୁଲରେ ଶୂଳ ଫଳାଫଳ ହୋଇଥିବା ଜଣାପଡିଛି।ସେହି ସ୍କୁଲରେ ଜଣେ ଲେଖାଏଁ ଦଶମରେ ପିଲା ପରୀକ୍ଷା ଦେଇଥିଲେ।ସେମାନେ ଫେଲ ହୋଇଥିବାରୁ ଫଳାଫଳ ଶୂନ ହୋଇଥିବା ଜଣାପଡିଛି।ତେବେ ବାଲିମେଳା ସରସ୍ବତୀ ଶିଶୁ ମନ୍ଦିରରେ ଆୟୁଷ କୁମାର ଦଳେଇ ହେଲେ ଜିଲ୍ଲାର ଟପ୍ପର।ସେ ୫୭୨ ମାର୍କ ରଖି ଟପ୍ପର ହୋଇଛନ୍ତି।ପ୍ରକାଶ ଥାଉକି ଜିଲ୍ଲାରେ ଚଳିତ ବର୍ଷ ୧୨୧ଟି ସେଣ୍ଟରରେ ୭୭୦୪ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ସେଥିରୁ ୧୧୭୫ ଜଣ ଅନୁପସ୍ଥିତ ରହିଥିଲେ।୨୬ ଜଣ ଏମପି ହୋଇଥିଲେ।ତେବେ ଜିଲ୍ଲାରେ ମୋଟରେ ୬୩୯୭ ଜଣ ପାସ ହୋଇଥିବା ବେଳେ ସେଥିରୁ ୩୩୫୮ ଜଣ ବାଳକ ଏବଂ ୩୦୩୯ ଜଣ ହେଲେ ବାଳିକା।ତେବେ ଚଳିତ ବର୍ଷ ୨୦ ଜଣେ ଏ-୧ରେ ପାସ କରିଥିବା ବେଳେ ଏ-୨ରେ ୯୫ ଜଣ,ବି-୧ରେ ୩୪୨ ଜଣ,ବି-୨ରେ ୧୩୧୧ ଜଣ,ସି ଗ୍ରେଡରେ ୨୪୯୦ ଜଣ,ଡିରେ ୧୭୪୨ ଜଣ,ଇ ଗ୍ରେଡରେ ୩୯୭ ଜଣ ପାସ କରିଥିବା ଜଣାପଡିଛି।ତେବେ ଜିଲ୍ଲାର ବାଲିମେଳା ସରସ୍ବତୀ ଶିଶୁ ମନ୍ଦିରର ୭ ଜଣ ଏ-୧ରେ ବାସ କରିଥିବା ବେଳେ ବାଲିମେଳା ସରକାରୀ ହାଇସ୍କୁଲର ଦୁଇ ଜଣ ଏବଂ ଏମଭି-୭ ସ୍ଥିତି ଜଗନ୍ନାଥପାଲୀ ହାଇସ୍କୁଲର ୧୧ ଜଣ ଏ-୧ରେ ପାସ କରିଛନ୍ତି।ସେମାନେ ହେଲେ ବାଲିମେଳା ସରସ୍ବତୀ ଶିଶୁ ମନ୍ଦିରର ଆୟୁଷ କୁମାର ଦାସ-୫୭୨,ପ୍ରଜ୍ଞା ପ୍ରମିତା ସ୍ବାଇଁ-୫୫୮,ରାଜେନ୍ଦ୍ର ପରିଡା-୫୫୬,ସ୍ନେହାଶ୍ରୀ ବେହେରା-୫୫୫,ଦେବସ୍ମିତା ସାହୁ-୫୪୯,ସ୍ବେତାଶ୍ରୀ ନାୟକ-୫୪୨,ସୁଭମ ଚୌଧୁରୀ-୫୪୮।ସେହିପରି ବାଲିମେଳା ହାଇସ୍କୁଲର ରାଜେଶ କୁମାରର ଦାସ-୫୬୯ ଏବଂ ରୁଦ୍ର ନାରାୟଣ ମୁଦୁଲି-୫୪୮ ମାର୍କ ରଖିଛନ୍ତି।ଏମଭି-୭ସ୍ଥିତି ଜଗନ୍ନାଥପାଲୀ ହାଇସ୍କୁଲର ଦିପ୍ତୀରଂଜନ ବେହେରା-୫୫୬,ମନୋଜ ଦାସ-୫୪୯,ମାଲ ମାଡକାମୀ-୫୪୮,ଗଗନ କୁମାର ମାଡକାମୀ-୫୪୫,ସଂଜୟ ସରକାର-୫୪୫,ଗୀତା ତରଫଦାର-୫୪୪,ଅବିନାଶ ଦାସ-୫୪୩,ସୁଜଲ ଦାସ-୫୪୨,ହୀରୁ ମଣ୍ଡଳ-୫୪୨ ଏବଂ ଶରତ ଚନ୍ଦ୍ର ଖରା-୫୪୧ ମାର୍କ ଆଣିଛନ୍ତି।ଏହି ଛାତ୍ରଛାତ୍ରୀଙ୍କ ସଫଳତାରେ ପରିବାରର ମୁଖ୍ୟ ଏବଂ ବିଦ୍ୟାଳୟର ଗୁରୁଜୀ ଗୁରୁମାଙ୍କ ଅବଦାନ ଅତୁଳନୀୟ ବୋଲି କୁହାଯାଇଛି।ଶିକ୍ଷା ବିଭାଗ ତରଫରୁ ସମସ୍ତଙ୍କୁ ଶୁଭେଛା ଜଣାୟାଇଛି।

Leave A Reply

Your email address will not be published.