mobile header

ବେଙ୍ଗାଲୁରୁରେ ଦକ୍ଷତା ପ୍ରଦର୍ଶନ କରି ନିଯୁକ୍ତିଦାତାଙ୍କୁ ପ୍ରଭାବିତ କଲେ ସୋଆ ଛାତ୍ରଛାତ୍ରୀ


ଭୁବନେଶ୍ୱର, ୬/୦୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ କେବଳ
ଜ୍ଞାନ ଆହରଣ କରି ନାହାନ୍ତି ବରଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ସେମାନଙ୍କର ଯେ ଯଥେଷ୍ଟ ପାରଦର୍ଶତା ରହିଛି ତାହା
ସେମାନେ ଦର୍ଶାଇ ପାରିଛନ୍ତି । ନିକଟରେ ବେଙ୍ଗାଲୁରୁ ଠାରେ ଆଗଧାଡିର ପ୍ରାୟ ୪୫ଟି ମଲ୍ଟି ନ୍ୟାସ୍‌ନାଲ କମ୍ପାନୀର
ନିଯୁକ୍ତିଦାତାଙ୍କ ସମ୍ମୁଖରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିଜର ନିପୁଣତା ପ୍ରଦର୍ଶନ କରିଛନ୍ତି ସୋଆର ଛାତ୍ରଛାତ୍ରୀ ।
ବେଙ୍ଗାଲୁରୁରେ ଆୟୋଜିତ \”ସୋଆ ପ୍ରକ୍ସିମା-୨୦୨୨\’ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ୬୨ଟି ମଲ୍ଟି ନ୍ୟାସ୍‌ନାଲ୍‌
କମ୍ପାନୀର ମାନବ ସମ୍ବଳ ଏବଂ ପ୍ରତିଭା ଅଧିଗ୍ରହଣ ବିଭାଗର ଅଧିକାରୀମାନେ ଛାତ୍ରଛାତ୍ରୀମାନଙ୍କର ବୈଷୟିକ ଜ୍ଞାନ
କୌଶଳ ସହିତ କଳା ଏବଂ ସଂସ୍କୃତି କ୍ଷେତ୍ରରେ ସେମାନଙ୍କର ପ୍ରତିଭାକୁ ଦେଖି ବେଶ ବିମୋହିତ ହୋଇଥିଲେ ।
ଏହି କାର୍ଯ୍ୟକ୍ରମରେ ସୋଆ ପକ୍ଷରୁ ପ୍ରୋ-ଚ୍ୟାନ୍‌ସେଲର ପ୍ରଫେସର (ଡାକ୍ତର) ଅମିତ ବାନାର୍ଜୀ, ଛାତ୍ର ମଙ୍ଗଳ ଡିନ୍‌
ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ହେଡ୍‌, ଇଣ୍ଡଷ୍ଟ୍ରି ଏନ୍‌ଗେଜ୍‌ମେଂଟ ଶ୍ରୀ ରିପ୍ତି ରଞ୍ଜନ ଦାଶ ଏବଂ ମ୍ୟାନେଜର,
କର୍ପୋରେଟ୍ ରିଲେସନ୍ସ, ଶ୍ରୀ ଅଭିଷେକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌
ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଆଇଟିଇଆର୍ ଛାତ୍ରୀ ସ୍ମୃତି ପ୍ରଜ୍ଞା ବିଶ୍ୱାଳ, ଅନିଷା ସ୍ୱାଇଁ ଏବଂ ପ୍ରିୟଦର୍ଶନୀ ପରିଡା ଓଡ଼ିଶୀ ନୃତ୍ୟ ପରିବେଷଣ
କରିଥିବା ବେଳେ ଆଇସି ଆଇଚ୍ ଭାରତନାଟ୍ୟମ ନୃତ୍ୟ ପରିବେଷଣ କରିଥିଲେ । ଭବେଶ ମିଶ୍ରଙ୍କ ମ୍ୟାଜିକ୍ ଦର୍ଶକଙ୍କୁ
ବେଶ ଆକୃଷ୍ଟ କରିଥିଲା ।

Leave A Reply

Your email address will not be published.