
ଫୁଲବାଣୀ 07/07
ବହୁ ଚର୍ଚିତ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ରାଗିଂ ଯୋଗୁଁ ଆତ୍ମହତ୍ୟା ଘଟଣାରେ ରୁଚିକା ଙ୍କୁ ନ୍ୟାୟ ଏବଂ ଦୋଷୀ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଦାବିରେ ଆଜି ଗୁରୁବାର କନ୍ଧମାଳ ଜିଲ୍ଲା ABVP ତରଫରୁ ଟିକାବାଲି କଲେଜ ଏବଂ ଫୁଲବାଣୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ପ୍ରଦର୍ଶନ କରାଯାଇଥିଲା l
ଏଥିରେ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା, ଜିଲ୍ଲା ସଂଯୋଜକ ରୁଦ୍ରପ୍ରସାଦ ସେଠି, ଜିଲ୍ଲା ସାହ-ସଂଯୋଜିକା ରାଜନନ୍ଦିନୀ ସାହାଣୀ, ଅମିତ ବେହେରା, ରଜତ ବେହେରା, ଜ୍ୟୋତି କହଁର ଆଦି ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇ ବିକ୍ଷୋଭ କରି ଥିଲେ l