mobile header

ଦୁଇଦିନିଆ ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ତାଲିମ


ଫୁଲବାଣୀ-୦୮/୦୮ ଫୁଲବାଣୀ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଗତକାଲି ୭ ଓ ୮ ଦୁଇ ଦିନ ଧରି ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଛି ।
କାର୍ଯ୍ୟକ୍ରମରେ ଶକ୍ତି ସଂରକ୍ଷଣ ବିଲଡିଙ୍ଗ
( ବାଣିଜିକ ଓ ଆବାସିକ) ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଗୃହ ନିର୍ମାଣ ଓ ଡିଜାଇନ ସମୟରେ କିପରି ଓ କେଉଁ କେଉଁ ବ୍ୟବସ୍ଥା କରାଗଲେ ଶକ୍ତି ସଂରକ୍ଷଣ କରାଯାଇପାରିବଶକ୍ତି ସଂରକ୍ଷଣ ବିଲିଡିଙ୍ଗ ,କୋଡ ଇସିବିସି ମାଷ୍ଟର ଟ୍ରେନର ରାଣା ପ୍ରତାପ ଓ କୁମାର ବିପ୍ଲବ ସେ ବିଷୟରେ ତାଲିମ ପ୍ରଦାନ କରିଥିଲେ । ଶକ୍ତି ବିଭାଗ ପକ୍ଷରୁ ଇଂ ଅଶୋକନନ୍ଦ, ତାଙ୍କ ଟିମରସଦସ୍ୟ ତାର୍କେଶ ମିଶ୍ର, ମୁନିସପାଲଟି ନିର୍ବାହୀ ଅଧିକାରୀ ବଳଦେବ ବେହେରା,ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ପୁର୍ତ୍ତ ବିଭାଗ, ମୁନିସପାଲଟି, ଡିଆଇସି,ଏନଏସି ଶକ୍ତି,ଟିପିଏସ ଓ ଏଲଡ଼ି .ଓ ଏହା ସହିତ ଜଡିତ ଅନ୍ୟାନ୍ୟ ବିଭାଗର ଯନ୍ତ୍ରୀ ଓ ଆର୍କିଟେକଟମାନେ ଏହି ତାଲିମ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.