mobile header

ଏ ବି ଭି ପି ପକ୍ଷରୁ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ପାଳିତ


ଫୁଲବାଣୀ -09/07
ବିଶ୍ଵର ସର୍ବ ବୃହତ୍ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ୭୪ ତମ ସ୍ଥାପନା ଦିବସ ତଥା ‘ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ’ ଅବସରରେ କନ୍ଧମାଳ ଜିଲ୍ଲା ଶାଖା ତରଫରୁଏ ବି ଭି ପି ଜିଲ୍ଲା କାର୍ଯ୍ୟାଳୟ ଠାରେ ପାଳନ କରାଯାଇଥିଲା l ଏଥିରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ର ଜିଲ୍ଲା କାର୍ଯ୍ୟବାହ ନିରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିଲେ l କନ୍ଧମାଳ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା ଏ ବି ଭିପି ର ପତାକା ଉତ୍ତୋଳନ କରିବା ସହିତ ଏ ବିଭିପି ର ଦୀର୍ଘ ବର୍ଷର ଇତିହାସ ଉପରେ ଆଲୋଚନା କରିଥିଲେ l ଆଜିର କାର୍ଯ୍ୟକ୍ରମ ରେ ଜିଲ୍ଲା ସଂଯୋଜକ ରୁଦ୍ରପ୍ରସାଦ ସେଠି, ଜିଲ୍ଲା ସହ- ସଂଯୋଜିକା ରାଜନନ୍ଦିନୀ ସାହାଣୀ, ଜିଲ୍ଲା ଜନଜାତି ଛାତ୍ରୀ ପ୍ରମୁଖ ପଦ୍ମାବତୀ କହଁର, ଅମିତ ବେହେରା, ରଜତ ବେହେରା ଏବଂ ଜିଲ୍ଲାର ବହୁ କାର୍ଯ୍ୟକର୍ତ୍ତା ପ୍ରତିକୂଳ ପାଗ ରେ ମଧ୍ୟ୍ୟ ଉପସ୍ଥିତ ରହିଥିଲେ l

Leave A Reply

Your email address will not be published.