mobile header

ପଡିଆ ରେ ପବିତ୍ର ବାହୁଡା ଯାତ୍ରା

ପଡିଆ :-ପଡ଼ିଆ ରେ ପବିତ୍ର ବାହୁଡା ଯାତ୍ରା ଆନନ୍ଦ ଉଲ୍ଲାସ ର ସହ ପାଳିତ ହୋଇଛି lଝିପି ଝିପି ବର୍ଷା ସତ୍ୱେ ବାହୁଡା ଯାତ୍ରା ରେ ଭକ୍ତ ମାନଙ୍କ ପ୍ରବଳ ଭିଡ ହୋଇଥିଲା l
ରଥ ଉପରେ ୩ ଠାକୁରଙ୍କୁ ଦର୍ଶନ କରିବା ସହ ରଥ ଟାଣିବା ପାଇଁ ପଡ଼ିଆ ସଦରମହକୁମା ସମେତ ଆଖପାଖ ଅଂଚଳ ର ଭକ୍ତ ମାନଙ୍କ ପ୍ରବଳ ଭିଡ଼ ହୋଇଥିଲା l
ସକାଳୁ ସକାଳୁ ମଙ୍ଗଳ ଆଳତିସହ
ମଇଲମ, ରୋଷ ଘର ହୋମ, ପରେ ସୂର୍ଯ୍ୟ ଦେବ ପୂଜା, ଅବକାଶ ଓ ଦ୍ୱାରପାଳ ପୂଜା, ଅନୁଷ୍ଠିତ ହୋଇଥିଲା l ପରେ ତିନି ଠାକୁରଙ୍କୁ ରଥ ଉପରକୁ ପହଣ୍ଡିବିଜେ କରାଯଇଥିଲା l
୪ ଟା ବେଳେ ରଥ ଟଣା ଆରମ୍ଭ ହୋଇଥିଲା lରଥ ଟାଣିବା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୃତୟନ ହୋଇଥିଲା l

Leave A Reply

Your email address will not be published.