ମାଲକାନଗିରି: ୧୩/୦୭/୨୨ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ତିନିଗୋଟି ପଞ୍ଚାୟତ ବାସିଙ୍କ ପ୍ରଜାମେଳି। ମାଲକାନଗିରି ଜିଲ୍ଲାର ଚିତ୍ର କୋଣ୍ଡା ବ୍ଲକ ଯୋଡାଆମ୍ବ ଥାନା ସ୍ୱାଭିମାନ ଅଞ୍ଚଳରେ ରାଜ୍ଯ ସରକାରଙ୍କ ସେତୁ ଯୋଜନା ମାଧ୍ୟମରେ ବିଛିନ୍ନାଞ୍ଚଳକୁ ପରିବର୍ତ୍ତନ କରି ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସ୍ବାଭିମାନ ଅଞ୍ଚଳବାସୀ ଅନେକ ସୁବିଧା ପାଇବା ସହ ଏହି ଅଞ୍ଚଳରେ ଅନେକ ବିକାଶମୂଳକ କାର୍ଯ୍ଯ ଆରମ୍ଭ କରାଯାଇଛି। କିନ୍ତୁ ଏବେ ପଣସପୁଟ, ଯନ୍ତ୍ର୍ରୀ, ଓ ଅଣ୍ଡିରା ପାଲ୍ଲୀ ଗ୍ରାମ ପଞ୍ଚାୟତ ର ଜନସାଧାରଣ ଏକ ପ୍ରଜାମେଳି କରି ଅଣ୍ଡିରା ପାଲ୍ଲୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଓରାପଦର ଲଞ୍ଚ ଘାଟ ରେ ଏକ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି। ଉକ୍ତ ଯାଗାରେ ପୋଲ ନିର୍ମାଣ ହେଲେ ଏଇ ତିନିଗୋଟି ପଞ୍ଚାୟତ ବାସି ଙ୍କ ଯାତାୟାତ ପାଇଁ ସୁବିଧା ହୋଇପାରିବ ବୋଲି ମତବ୍ୟକ୍ତ କରିଛନ୍ତି। ଏବଂ ସରକାର ଏ ଦିଗରେ ଦୃଷ୍ଟିପାତ କରନ୍ତୁ ବୋଲି ଅଞ୍ଚଳ ବାସି ଗୁହାରୀ କରିଛନ୍ତି l ଏଇ ତିନିଗୋଟି ପଞ୍ଚାୟତ ବାସି କୌଣସି କାର୍ଯ୍ୟରେ ଚିତ୍ରକୋଣ୍ଡା କିମ୍ବା ମାଲକାନଗିରି ଜିବାକୁ ହେଲେ ଗୁରୁପ୍ରିୟା ସେତୁ ଦେଇ ଯିବାକୁ ଅନେକ ବାଟ ପଡିଥାଏ କିନ୍ତୁ ଓରାପଦର ଠାରେ ପୋଲ ନିର୍ମାଣ କରାଗଲେ ବହୁତ କମ୍ ରାସ୍ତା ହେବା ସହ ସୁବିଧାରେ ଯିବା ଆସିବା କରିପାରିବେ ବୋଲି ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ସରକାରଙ୍କ ଏଥିପ୍ରତି ଦୁଷ୍ଟି ଦେବା ସହ ସରକାରଙ୍କ ପଦକ୍ଷେପ କୁ ଅପେକ୍ଷାରେ ଅଞ୍ଚଳ ବାସି।
