
ଫୁଲବାଣୀ – 13/07
ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜ଼ିଲ୍ଲା ପ୍ରଶାସନର ମିଳିତ ସହଯୋଗ ରେ ଗତ ୫ ତାରିଖ ରୁ୮ ତାରିଖ ମଧ୍ୟରେ କଳାକାର ଚୟନ ପ୍ରକ୍ରିୟା ବାଲିଗୁଡା ଟାଉନ ହଲ ଓ ଗାନ୍ଧୀ ସ୍ମୁତି ଭବନ ଫୁଲବାଣୀ ରେ ଅନୁଷ୍ଠିତ ହୋଇଥିଲା l ଚୟନ ପ୍ରକ୍ରିୟା ରେ ଜ଼ିଲ୍ଲାର ବାରଗୋଟି ବ୍ଲକ ର ଲୋକକଳା ଦଳ ଅଂଶ ଗ୍ରହଣ କରିଥିଲେ କିନ୍ତୁ ଜିଲାରେ ଥିବା ସଂକୀର୍ତ୍ତନ ଦଳକୁ ଅଂଶ ଗ୍ରହଣ ପାଇଁ ସୁଯୋଗ ମିଳିନଥିଲା l ରାଜ୍ୟର ନୂଆପଡା, ମାଲକାନଗିରୀ ଓ ଅନାନ୍ୟ ଜ଼ିଲ୍ଲାର ସଂକୀର୍ତ୍ତନ ଦଳ ଚୟନ ପ୍ରକ୍ରିୟା ରେ ଅଂଶ ଗ୍ରହଣ କରିଥିବା ବେଳେ କେଉଁ କାରଣରୁ କନ୍ଧମାଳଜିଲାର ର କୀର୍ତ୍ତନ ଦଳକୁ ଅନୁମତି ମିଳିନଥିଲା l ବର୍ଷ ବର୍ଷ ଧରି ଏହି କୀର୍ତ୍ତନ ଦଳ ଗାଁ ଗାଁ ରେ କଳା ସଂସ୍କୃତି ବଞ୍ଚାଇ ରଖିଥିବା ବେଳେ କନ୍ଧମାଳ କଳାକାରକୁ କାହିଁକି ଅନୁମତି ମିଳିଲା ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ସଂକୀର୍ତ୍ତନ କଳାକାର ଦଳ କୁ ଚୟନ ପ୍ରକ୍ରିୟା ରେ ସାମିଲ କରିବାପାଇଁ ପୂର୍ଵରୁ ଜ଼ିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ଅକ୍ଷୟ କର୍ଣ୍ଣ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଶୁଣିନଥିଲେ l ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଙ୍କ ମନମୁଖି କାର୍ଯ୍ୟକଳାପ ଯୋଗୁଁ କୀର୍ତ୍ତନ ଦଳ ଚୟନ ପ୍ରକ୍ରିୟା ରେ ଅଂଶ ଗ୍ରହଣ କରି ପାରିଲେ ନାହିଁ ବୋଲି କଳାକାର ମାନେ ଅଭିଯୋଗ କରିଛନ୍ତି lକନ୍ଧମାଳଜିଲ୍ଲାର ସଂକୀର୍ତ୍ତନ ଦଳ କୁ ପୁନଃ ଚୟନ ପ୍ରକ୍ରିୟା କରି ସୁଯୋଗ ଦେବାପାଇଁ ଜ଼ିଲ୍ଲାର ପାରମ୍ପରିକ ଲୋକକଳାକାର ସଂଘ ଦାବୀ କରିଛି ଅନ୍ୟଥା ଆନ୍ଦୋଳନକରିବାକୁ ବାଧ୍ୟ ହେବ ବୋଲି ସଙ୍ଘ ଧମକ ଦେଇଛି l