mobile header

ତୁମୁଡିବନ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ପୂର୍ଣ୍ଣିମା ପାଳିତ

ଫୁଲବାଣୀ -13/07
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ତୁମୁଡ଼ିବନ୍ଦ ପରିସରରେ ପବିତ୍ର ଗୁରୁ ପୂର୍ଣ୍ଣିମା ତଥା ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଭାରତୀୟ ପରମ୍ପରାରେ ଗୁରୁ ପୂଜନର ବୈଶିଷ୍ଟ୍ୟ ବହୁ ପୁରୁଣା l ପରମ ପୂଜାନିୟ ବ୍ୟାସଦେବ ଗୁରୁଶ୍ରେଷ୍ଠ l ତାଙ୍କର ଜନ୍ମ ତିଥି ତଥା ଆଷାଢ଼ ପୂର୍ଣ୍ଣିମା କୁ ଗୁରୁ ପୂର୍ଣ୍ଣିମା ପାଳନ କରିବା ଅବସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଗୈରିକ ଧ୍ବଜାକୁ ଗୁରୁ କରିବା ସହ ସାରା ଭାରତ ବର୍ଷରେ ଗୁରୁ ପୂଜନ ର ବ୍ୟବସ୍ଥା କରିଛନ୍ତି l ମନରେ ଦିବ୍ୟ ଭାବନା ତଥା ସମର୍ପଣ ଭାବ ସୃଷ୍ଟି କରିବା ମଧ୍ୟ ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ ଅନ୍ୟତମ ବୋଲି ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳ ଶିଶୁ ମାନଙ୍କୁ ଅବଗତ କରାଇଥିଲେ l ଶୁଭେଛୁ ଶ୍ରୀ ଶରତ ଚନ୍ଦ୍ର ସାହୁ ଅତିଥି ଭାବେ ଯୋଗ ଦେଇ ପୂଜନ ରେ ସାମିଲ ହୋଇଥିଲେ l ପରେ ପରେ ଶିଶୁ ଭାଇ ଭଉଣୀ, ଗୁରୁଜୀ ଗୁରୁମା ଓ ଶୁଭେଛୁ ମାନେ ଗୁରୁପୂଜନ କରିବା ସହ ଗୁରୁ ଦକ୍ଷିଣା ସମର୍ପଣ କରିଥିଲେ l ସସ୍ମିତା ପଣ୍ଡା, ସରସ୍ବତୀ ନାୟକ , ପୁଷ୍ପଲତା ନାୟକ, ଅଭିମନ୍ୟୁ ନାୟକ, ପ୍ରମୋଦ ନାୟକ, ସୁନେଲି ନାୟକ ପ୍ରଭୃତି ସହଯୋଗ କରିଥିଲେ l

Leave A Reply

Your email address will not be published.