mobile header

କାଲିମେଳା ସମବାୟ ସମିତି ବ୍ୟାଙ୍କ ରେ ନବ ନିର୍ବାଚିତ ସଭାପତି ଓ ଡାଇରେକ୍ଟର ମାନଙ୍କ ର ପ୍ରଥମ ବୈଠକ ଓ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ


କାଲିମେଳା ୧୩/୭ ମାଲକାନାଗିରି ଜିଲ୍ଲା କାଲିମେଳା ସଦର ରେ ଥିବା କାଲିମେଳା ଲ୍ୟାମ୍ପ ପରିସରରେ ଥିବା ସମ୍ମୀଳନୀ ଗୃହରେ ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ନେଇ ଏକ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଲ୍ୟାମ୍ପ ର ନବ ନିର୍ବାଚିତ ସଭାପତି ବୁଦ୍ରl କବାସି ଅଧକ୍ଷତା କରି ଥିବା ବେଳେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ ପ୍ରିୟ ବ୍ରତ ପଣ୍ଡା, ମାଲକାନାଗିରି କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ର ସହକାରୀ ନିବନ୍ଧକ, ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ ଅରୁଣ ସାହୁ ଜୟପୁର ର ଲୋନ୍ ମେନେଜର କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ର , ବାବୁଲୁ ରଥ, ମେନେଜର କୋରାପୁଟ କେନ୍ଦ୍ର ସମବାୟ, ଜୟପୁର, ଗୋଲାକ ବିହାରୀ ପାଇକରାୟ, ମ୍ୟାନେଜର ଏମ: ଭି :୭୯ ଶାଖା କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ, ଲ୍ୟାମ୍ପ ର ଉପସଭାପତି ମତୀ ଖୀଲ, କାଲିମେଳା ଲ୍ୟାମ୍ପ ର ପରିଚାଳନା ନିର୍ଦ୍ଦେଶକ ଚନ୍ଦନ କୁମାର ମାଦଳା, କାଲିମେଳା ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ମାଲl ମାଢ଼ି ପ୍ରମୂଖ ଉପସ୍ଥିତ ଥିଲେ l ଏହି ଅବସରରେ ଲ୍ୟାମ୍ପ ପରିଚାଳନା ପରିଷଦର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ଚାଷୀ ମାନଙ୍କ ର ଖରିଫ ଋତୁରେ ବିହନ ଧାନ, ରାସାୟନିକ ସାର, ପୋକ ମରା ଔଷଧ କ୍ରୟ ବିକ୍ରୟ ସଠିକ୍ ଭାବେ ପରିଚାଳନା କରିବା ପାଇଁ ଆଲୋଚନା କରାଯାଇଥିଲା l ଏଥିସହିତ ଚଳିତ ବର୍ଷ ଖରିଫ ଚାଷ ପାଇଁ ଚାଷୀ ଙ୍କୁ ରୁଣ ଯୋଗାଇବା ସକାଶେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇ ଋଣ ଯୋଗାଇ ଦିଆଯିବ ର ବ୍ଯବସ୍ଥା କରିବା ସହିତ ଚଳିତ ଖରିଫ ଋତୁ ୨୦୨୨-୨୩ ଧାନ ମଣ୍ଡି ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରି ଚାଷୀ ମାନଙ୍କ ମଣ୍ଡି କାର୍ଡ ରେଜିଷ୍ଟ୍ରେସନ୍ କରିବା ଓ ସମିତ କର୍ମଚାରୀ ମାନେ ନେଇଥିବା ଦାୟିତ୍ଵ କୁ କିପରି ସୂଚାରୁ ରୂପେ ତୁଳାଇବେ ସେ ସମ୍ପର୍କରେ ଅନୁଷ୍ଠିତ ବୈଠକରେ ଆଲୋଚନା କରାଯାଇଥିଲା l ଏହି ବୈଠକରେ ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକ ଲ୍ୟାମ୍ପ ର ବିଭିନ୍ନ ସମସ୍ୟା ଓ ଅଭାବ ଅସୁବିଧା ବିଷୟରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.