mobile header

ଲଗାଣ ବର୍ଷା ରେ ବେହାଲ କନ୍ଧମାଳ, ସ୍କୁଲ ଭିତରେ ପାଣି


ଫୁଲବାଣୀ -13/07 ଗତ ଏକ ସପ୍ତାହ ହେଲା ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲାରେ ଲଗାଣ ବର୍ଷା ଫଳରେ ଲୋକେ ବେହାଲ ହୋଇପଡିଲେଣିl କେଉଁଠି ଗଛପଡି ରାସ୍ତାଅବରୋଧ ହେଲାଣି ତ ଆଉ କେଉଁଠି ଘର ଭୁଷୁଳିଲାଣି, l
ସେହିପରି ବର୍ଷା ରେ ସ୍କୁଲ ଘରେ ପାଣି ପଶିଯିବା ଫଳରେ ପିଲାମାନେ ତଳେ ବସି ପାଠ ପଢିବା ମୁସ୍କିଲ ହୋଇପଡିଲାଣି l ଜିଲାର ରାଇକିଆ ବ୍ଲକ କଲୋନୀ ସ୍କୁଲ ରଶ୍ରେଣୀଗୃହ ଭିତରେ ପାଣି ପଶିଭର୍ତ୍ତି ହୋଇ ଯିବା ଫଳରେ ପିଲାମାନେ ପାଠ ପଢ଼ିପାରିନଥିଲେ lବହୁ କଷ୍ଟରେ ଗୋଟିଏ ଶ୍ରେଣୀ ରେ ସମସ୍ତେ ବସିଥିବା ଦେଖାଯାଇଥିଲା l ଏ ନେଇ ପ୍ରଧାନ ଶିକ୍ଷୟତ୍ରୀ ଓ ସ୍କୁଲପରିଚାଳନା କମିଟୀ ବିଭାଗୀୟ ଉଚକତୃପକ୍ଷ ଙ୍କୁ ଜଣାଇଥିଲେ ବି କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି lନୂତନ ଜିଲା ପାଳ ଏଥିପ୍ରତି ଦ୍ରୁଷ୍ଟି ଦେଇ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ସ୍କୁଲ କତୃପକ୍ଷ, ଆବିଭାବକସଂଙ୍ଘ ଦାବିକରିଛିl

Leave A Reply

Your email address will not be published.