
ଗତ ତା 13/7/2022
ସୋମବାର ଦିନ ଟିକାବାଲି ସରପଞ୍ଚ କୁନ୍ଦୁରୁ ମଲ୍ଲିକ ଓ ସମାଜ ସେବି ସୁବଳ ଦିଗଲ ଓ ଗୋକୁଳ ଭୋଇପ୍ରମୁଖ ସହ ଟିକାବାଲି ହାଇସ୍କୁଲ ପରିଦର୍ଶନ କରି ପିଲାମାନଙ୍କ ପାଠପଢା ଓ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ମଧ୍ୟତଦାରଖ କରିଥିଲେ l ହେଲେ ମଧ୍ୟାହ୍ନ ଭୋଜନ ସମୟରେ ହାଇସ୍କୁଲ ପିଲାମାନେ ଗଛ ତଳେ ଓ ଏଣେତେଣେ ବର୍ଷାରେ ଭିଜି ଭିଜି ମଧ୍ୟାହ୍ନ ଭୋଜନ ଖାଉଥିଲେ, ଏହାକୁ ଦେଖି ସରପଞ୍ଚ ଓ ସମାଜ ସେବୀ ଚିନ୍ତl ପ୍ରକଟ କରିଥିଲେ l ଏ ନେଇ ପ୍ରଧାନଶିକ୍ଷକ ଙ୍କୁ ଭେଟି ଆଲୋଚନା କରିଥିଲେ l ତେଵେ ପ୍ରଧାନଶିକ୍ଷକ କହିଥିଲେଯେ, ଭାରଣ୍ଡା ଅଛି କିନ୍ତୁ ସଫା କରିବା ପାଇଁ କେହି
କର୍ମଚାରୀ ନାହାନ୍ତି, ସ୍କୁଲରେ ଖାଇବାପାଈଁ ଗୃହନାହିଁ କିମ୍ବା ରୋଷେଇ ଘର ନାହିଁ,ତେଣୁ ପିଲାମାନେ ଖୋଲା ଆକାଶ, ଗଛ ତଳେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି.. ଏସମ୍ପର୍କରେ ଜିଲ୍ଲାପାଳ ଙ୍କୁ ଚିଠି ଦିଆଯାଇଛି ବୋଲି କହିଥିଲେ l
ଜିଲାପ୍ରଶାସନ ଏଥିପ୍ରତି ତୁରନ୍ତ ଦ୍ରୁଷ୍ଟି ଦେବାକୁ ସରପଞ୍ଚ କୁନ୍ଦୁରୂ ମଲିକ ଦାବୀ କରିଛନ୍ତି l