mobile header

ହାତୀ ସୁରକ୍ଷା ପାଇଁ ଜଙ୍ଗଲ ଓ ବିଦ୍ୟୁତ ବିଭାଗ ବୈଠକ ।


ଫୁଲବାଣୀ 13/07
କନ୍ଧମାଳ ଜିଲ୍ଲା କୋଟଗଡ଼ ଅଭୟାରଣ୍ୟରେ ଥିବା  ହାତୀ ଓ ବନ୍ୟ ପ୍ରାଣୀ ର ସୁରକ୍ଷା ପାଇଁ ଟାଟା ଶକ୍ତି ଓ ବନ ବିଭାଗ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ବିଭାଗ ର ବୈଠକରେ ହାତୀ, ଅନ୍ୟ ବନ୍ୟ ଜନ୍ତୁ କିପରି ବିଜୁଳି ଆଘାତ ରୁ ମୃତ୍ୟୁ କିମ୍ବା ତାଙ୍କର କିଛି କ୍ଷତି ନ ହୁଏ, ତାହାରି ଉପରେ ଆଧାରିତ ଆଲୋଚନା କରାଯାଇଥିଲା ।କୌଣସି  ଶିକାରୀ ବିଜୁଳି ତାର ରୁ ହୁକ ପକାଇ ଜନ୍ତୁ କୁ ମାରିବାର  ପ୍ରୟାସ କୁ ସଂପୂର୍ଣ୍ଣ ରୂପେ ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ଅଭୟାରଣ୍ୟ ଦେଇ ଯାଇଥିବା ବିଦ୍ୟୁତ ତା’ର କୁ ପରିବର୍ତ୍ତନ କରାଯାଇ ତୁରନ୍ତ   କେବୁଲ ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଥିଲେ । ଏହାକୁ କାର୍ଯ୍ୟକାରୀ କରିବା କୁ ଶକ୍ତି ବିଭାଗ ମଧ୍ୟ ରାଜି ଥିବା ଶକ୍ତି ବିଭାଗ ସହମତି ପ୍ରକାଶ କରିଛନ୍ତି। ହାତୀ ସୁରକ୍ଷା ସହିତ  ହାତୀ ର ଗତିବିଧି କୁ ଲକ୍ଷ ରଖି କୋଟଗଡ଼ ବନ ବିଭାଗ ଲାସେରି ଜଙ୍ଗଲ କୁ ଫୋକସ ରେ ରଖିଥିବା ବେଳେ ଶକ୍ତି ବିଭାଗ କୁ ଏହି ଜଙ୍ଗଲରେ ଥିବା ଶକ୍ତି ବିଭାଗର ତ୍ରୁଟିକୁ ତୁରନ୍ତ ସମାଧାନ କରିବାକୁ ପରାମର୍ଶ ଦେଉଛନ୍ତି । ଶକ୍ତି ବିଭାଗ ମଧ୍ୟ ସମୟ ପୂର୍ବରୁ ସାରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମ କୁ ସରଳ କରିବା ପାଇଁ ଏକ ଗ୍ରୁପ କରିବା ପାଇଁ ଆଲୋଚନା କରାଯାଇଥିଲା ।
ତା ଛଡ଼ା ଗାଁ କୁ ବିଜୁଳି ସଂଯୋଗ ଦେବା ନାଁରେ ଯେଉଁ ଜଙ୍ଗଳ କୁ ବେଆଇନ ଭାବରେ ନଷ୍ଟ କରାଯାଉଛି ତାକୁ ରୋକିବା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ବନ ବିଭାଗର ଏସିଏଫ ସୌମ୍ୟ ରଞ୍ଜନ ସାହୁ ଯୋଗ ଦେଇ କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିଥିଲେ । କାର୍ଯ୍ୟକ୍ରମ ରେ  ବନାଞ୍ଚଳ ଅଧିକାରୀ  ସୂର୍ଯ୍ୟକାନ୍ତ ବେହେର ,ଟାଟା ଶକ୍ତି ବିଭାଗ ଟିମ ଲିଡ଼ର ଛୋଟେ କୁମାର ରୁଆ , ଯନ୍ତ୍ରୀ ତାରିଣୀ ସେନ ଷଡଙ୍ଗୀ ଓ ବନବିଭାଗ ଓ ଶକ୍ତି ବିଭାଗ ର ବହୁ କର୍ମଚାରୀ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ ।

Leave A Reply

Your email address will not be published.