
ବରଗଡ
ସ୍ଥାନୀୟ ଜ଼ିଲ୍ଲା ଜଳଛାୟା ପ୍ରକଳ୍ପ ନିକଟରେ ନାବାର୍ଡ ବରଗଡ଼ ଓ ମହାଶକ୍ତି ଫାଉଣ୍ଡେସନ ର ମିଳିତ ଆନୁକୂଲ୍ୟରେ ଦିନିକିଆ ବୈଠକ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ କୁମାର ମହାରଣା, ଜିଲ୍ଲା ବିକାଶ ପ୍ରବନ୍ଧକ ନାବାର୍ଡ ହଟକିଶୋର ବେହେରା,ଡ଼ ନୃସିଂହ ଚରଣ ବାରିକ ମୁଖ୍ୟ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର, ଗମ୍ଭାରୀପାଲି, ଗୋବିନ୍ଦ ଚନ୍ଦ୍ର ପଣ୍ଡା ଅତିରିକ୍ତ ଉଦ୍ୟାନ କୃଷି ଅଧିକାରୀ,ଭୀମସେନ ସେଠି ଜଳଛାୟା ପ୍ରକଳ୍ପ , ପ୍ରକଳ୍ପ ମୁଖ୍ୟ ଏବଂ ପ୍ରଣ୍ଣୟ କୁମାର, ମସ୍ୟ ବିଭାଗ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ନାବାର୍ଡ ତରଫରୁ ଗଠନ ହୋଇଥିବା ଚାରିଗୋଟି କୃଷକ ଉଦପାଦକ ସଙ୍ଘ ର ନିର୍ଦେଶକ ମାନେ ଯୋଗଦାନ କରିଥିଲେ l ମହାଶକ୍ତି ଫାଉଣ୍ଡେସନ ର ହୃଷିକେଶ ସାହୁ କୃଷକ ଉଦପାଦକ ସଙ୍ଘ ର ନିର୍ଦେଶକ ମଣ୍ଡଳୀ କୁ ତାଲିମ୍ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ କୁ ମିହିର ରଞ୍ଜନ ସାଗର ପରିଚାଳନା କରିଥିବାବେଳେ ସୁବୋଧ କୁମାର ସହଯୋଗ କରିଥିଲେ