
ଫୁଲବାଣୀ 14/7
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ ମାଓ ଅଧ୍ୟୁଷିତ କୋଟଗଡ଼ ବନ ବିଭାଗ ରେଞ୍ଜ ପକ୍ଷରୁ ବିଭିନ୍ନ ସ୍ଥାନ ରେ ବନମହୋତ୍ସବ ପାଳିତ ହୋଇଥିଲା lଏହି ଅବସରରେ ବିଭିନ୍ନ ସ୍ଥାନ ରେ ବ୍ୟାପକ ବୃକ୍ଷ ରୋପଣ କରାଯିଵା ସହ ସଚେତନ କରାଯାଉଛି l ରେଞ୍ଜ ଅଫିସର ସୂର୍ଯ୍ୟକାନ୍ତ ବେହେରା ଙ୍କ ତତ୍ୱାବଧାନ ରେ ବୃକ୍ଷ ରୋପଣ ଓ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲାl କୋଟଗଡ଼ରେଞ୍ଜ ଅଧିନସ୍ଥ ଡେଙ୍ଗୁଡ଼ା ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସ୍ଥାନୀୟ ଜେଏମଏଫସି କୋଟ ବିଚାରପତି ଅନୁରାଗ ଦେହୁରୀ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ନିଜେ ମଧ୍ୟ ଏକ ଆମ୍ବଚାରା ରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେବ୍ଲକ
ଅଧ୍ୟକ୍ଷ। ପିଙ୍କି କହଁର, ଜିଲ୍ଲାପରିଷଦ ସଦସ୍ୟ ଜିରି ମୟୀ ସୁନା ମାଝି, ସରପଞ୍ଚ ଶ୍ଵେତଲିନା
ଶୁକମାଝୀ, ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇବୃକ୍ଷରୋପଣ କରିବାସହ ଜଙ୍ଗଲ ଓ ଅଭୟାରଣ୍ୟରସୁରକ୍ଷା ସହଅଧିକରୂଅଧିକବୃକ୍ଷରୋପଣକରିବାଲାଗି ପରାମର୍ଶ ଦେଇଥିଲେ l ଏହି ଅବସର ରେ ରେଞ୍ଜ ପକ୍ଷରୁ ପଚାଶ ହେକ୍ଟର ଜମି ରେ ବୃକ୍ଷ ରୋପଣ କରଯାଇଥିଲା l
ସେହିପରିରେଞ୍ଜ ଅଫିସର ସୂର୍ଯ୍ୟକାନ୍ତ ବେହେରା ଜଙ୍ଗଲ ରେ ନିଆଁ ନଲଗାଇବା ବନ୍ୟ ଜନ୍ତୁ ର ସୁରକ୍ଷା କରିବାନେଇ ସଚେତନ କରିଥିଲେ lଆଉ ପ୍ରତ୍ୟେକ ଲୋକ ନିଜ ଜୀବନ କାଳରେ କିଛିକିଛି ଗଛ ଲଗାଇଵା ସହ ତାକୁ ବଞ୍ଚାଇରଖିଲେ ଭବିଷ୍ୟ ପିଢ଼ି ପରିବେଶ ପ୍ରଦୂଷଣ ରୂ ରକ୍ଷା ପାଇବେ ବୋଲି କୋଟଗଡ଼ ରେଞ୍ଜର ବେହେରା କହିଥିଲେ l
ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ରେଞ୍ଜ ଅଫିସର ଙ୍କ ସମେତ ଯୁବକ ସଂଘ, କେଶରାଗୁଡ଼ା ଇକୋ କ୍ଲବ ସଭ୍ୟ,ପରିବେଶ ବିତ, ପଦସ୍ତ ଅଧିକାରୀ,ବୁଦ୍ଧିଜୀବି ଙ୍କ ସମେତ , ବନ ପାଳ ଓ ବନରକ୍ଷୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l
ରେଞ୍ଜ ଅଫିସର ଭାବେ ବେହେରା ଦାଇତ୍ୱ ଗ୍ରହଣ କରିବାପରଠାରୁ ଵାଲିଗୁଡ଼ା ଡି ଏଫ ଓ ଙ୍କ ସଠିକ ପରାମର୍ଶ ଓ ସହଯୋଗରେ କୋଟଗଡ଼ଅଂଚଳରେ ରେ ବ୍ୟାପକ ବୃକ୍ଷ ରୋପଣ କରିବା ସହ ଜଙ୍ଗଲ ସୁରକ୍ଷା ସମ୍ପର୍କିତ ସଚେତନ ସୃଷ୍ଟି କରିଛନ୍ତି l
ଜଙ୍ଗଲ ଯେପରି ନଷ୍ଟ ନ ହେବ, ଓ ବନ୍ୟଜନ୍ତୁ ଯେପରି ଅସୁରକ୍ଷିତ ନ ହେବେ ସେଥିପ୍ରତି ମଧ୍ୟଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି ଯୁବରେଞ୍ଜର ବେହେରା l
ସେହିପରି ଅଭୟାରଣ୍ୟ ଅଞ୍ଚଳରେ ଅବାଧ ପଶୁ ଓ ପକ୍ଷୀ ଶିକାର ଉପରେ ମଧ୍ୟ ରୋକ ଲଗାଇବାରେ ସଫଳ ହେଇଛନ୍ତି ରେଞ୍ଜର ସୂର୍ଯ୍ୟକାନ୍ତ ବେହେରା।