ପଡିଆ:- ପଡିଆ ବ୍ଲକ ସୀମାନ୍ତ ଛତିଶଗଡ ର ସୁକମା ଜିଲ୍ଲା ର ଗାଦିରସରେ ଅବସ୍ଥିତ ମାଲଗେର୍ ନଦୀ ପୋଲ ଉପରେ 3 ଫୁଟ ପାଣି ପ୍ରବାହିତ ହେବାରୁ ଶହ ଶହ ଲୋକଙ୍କ ଗତିବିଧି ବ୍ୟାହତ ହୋଇଥିଲା।ଅନେକ ସ୍କୁଲ ପିଲା ଛୁଟି ପରେ ଘରକୁ ଯିବାରେ ଅସୁବିଧା ଭୋଗିଛନ୍ତି l ସେହି ସମୟରେ
ଗାଦିରାସ ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ରିତେଶ ଯାଦବଙ୍କ ସଫଳ ଉଦ୍ୟମରେ ଲୋକମାନେ ନଦୀ ପୋଲ ପାର ହେବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଷ୍ଟେସନ ଦାୟିତ୍ୱରେ ଥିବା ଯବାନ ମାନଙ୍କୁ ନିୟୋଜିତ କରି ଗ୍ରାମବାସୀ ଏବଂ ସ୍କୁଲ ପିଲାମାନଙ୍କୁ ଦଉଡି ସାହାଯ୍ୟରେ ପୋଲ ପାହାର କରିଥିଲେ l ଗାଦିରାସ ପୋଲିସ ଷ୍ଟେସନର ରିତେଶ ଯାଦବଙ୍କ ଓ ଯବାନ ମାନଙ୍କ ଏହି ଉଦାର କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ l
