mobile header

ରାଜ୍ୟ ସରକାର ଙ୍କ ଭବିଷ୍ୟ ବାଣୀ ଠିକ୍ ହେଲା,ପୋଲାବରମ୍ ଡ୍ୟାମ ଜଳସ୍ତର ବୃଦ୍ଧି ଯୋଗୁଁ,ପଛକୁ ପାଣି ଆସି ମୋଟୁ ଅଞ୍ଚଳ ବନ୍ୟା ପରିସ୍ଥିତି ସୃଷ୍ଟି, ୮ ଟି ଗ୍ରାମ ଯୋଗ ଯୋଗ ବିଛିନ୍ନ ।ତିନୋଟି ରାଜ୍ୟ କୁ ଗମନା ଗମନ ଠପ୍ ଜିଲ୍ଲାପାଳ ମୋଟୁ ଅଞ୍ଚଳ ର ସ୍ଥିତି ପରଖିଲେ

ମାଲକାନଗିରି ୧୫/୭) ରାଜ୍ୟ ସରକାର ଙ୍କ ପୋଲାଭରମ ଡେମ ନିର୍ମାଣ ହେଲେ ମୋଟୁ ଅଞ୍ଚଳ ବୁଡିଯିବା ନେଇ ଯେଉଁ ଭବିଷ୍ୟ ବାଣୀ ଦେଇଥିଲେ ତାହା ସତ୍ୟ ରେ ପରିଣତ ହୋଇଛି ବିବାଦୀୟ ଇନ୍ଦିରା ସାଗର ପୋଲାଭରମ ପ୍ରକଳ୍ପ ସୁପ୍ରିମକୋର୍ଟ ରେ ବିଚାରଧୀନ ଅବସ୍ଥା ରେ ରହିଛି। ଏହା ବିଚାରଧୀନ ଥିଲେ ମଧ୍ୟ ଉଭୟ ଆନ୍ଧ୍ରରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ହୋଇ ପୋଲାଭରମ ପ୍ରକଳ୍ପ ନିର୍ମାଣ କରିଛନ୍ତି। ବିଗତ ଦିନରେ ପୂର୍ବରୁ ମୋଟୁ ଅଞ୍ଚଳ ଏହି ପ୍ରକଳ୍ପ ନିର୍ମାଣ ହେଲେ ବୁଡ଼ିଯିବ ବୋଲି ବିଭିନ୍ନ ସଂଗଠନ ସ୍ଵର‌ଉତ୍ତୋଳନ କରିଥିଲେ ମଧ୍ୟ ଏହି ପ୍ରକଳ୍ପ ନିର୍ମାଣ ପାଖାପାଖି ଶେଷ ହୋଇଯାଇଛି। ଯାଫଳରେ ପାଣି ଓଭର ଫ୍ଲୋ ହେଉଅଛି।ଓ ପାଣି ଡ଼୍ୟାମ ରେ ଭର୍ତ୍ତି ହୋଇ ରହିଲା । ଡ଼୍ୟାମ ରେ ପାଣି ଫୁଲି ରହିଲା। ଏହି ପାଣି ଫୁଲିବା ଯୋଗୁଁ ସୀମାନ୍ତ ନଦୀ ଗୁଡ଼ିକ ତଥା ସିଲେରୁ, ଗୋଦାବରୀ,ଚିନ୍ନାଗୋଦାବରୀ,ଓ ସାବେରୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। କାରଣ ପୋଲାଭରମ ପ୍ରକଳ୍ପ ର ଷ୍ଟକ୍ ଓ ପଛୁଆ ଯୋଗୁଁ ଏହି ନଦୀ ଗୁଡ଼ିକ ଅବବାହିକା ରେ ଥିବା ଯୋଗୁଁ ମୋଟୁ ଅଞ୍ଚଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି,ପୁରୁଣା ମୋଟୁ, ଆଲ ମା,ବିନୟକପୂର୍, ପୁସୁଗୁଡ଼।,ମୁଗି ପଏଣ୍ଟ ସମ୍ପୂର୍ଣ ଜଳ ମଗ୍ନ ହୋଇ ପଡ଼ିଛି ।ଏପରିକି ମୋଟୁ ତହସିଲ କାର୍ଯ୍ୟାଳୟ ନିକଟେ ଜଳ ମଗ୍ନ ହୋଇପଡିଛି। ଜିଲ୍ଲାପାଳ ବିଶାଳ ସିଂ ତୁରନ୍ତ ମୋଟୁ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଥିଲେ ।ତାଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ,ବିଡ଼ିଓ ଉମା ଶଙ୍କର ଦଳେଇ,ତହସିଲଦାର ଦୁର୍ଗା ପ୍ରସାଦ ଦୋରା, ଅତିରିକ୍ତ ତହସିଲଦାର ସବିର ସା ସେଠାରେ ପହଞ୍ଚି ଜଳ ମଗ୍ନ ରେ ରହି ଥିବା ପରିବାର ବର୍ଗ ଙ୍କୁ ମୋଟୁ ନିକଟରେ ଥିବା ବନ୍ୟ। ଆଶ୍ରୟ ସ୍ଥଳୀ ରେ ରଖାଯାଇ ଥିଲା ଏବଂ ପ୍ରଶାସନ ପୋକ୍ଷ ରୁ ରନ୍ଧନ ଖାଦ୍ୟ ପ୍ରସ୍ତୁତ କରି ପ୍ରଦାନ କରାଯାଉଥିଲା ।ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ,ତେଲେଙ୍ଗାନା ଓ ଛତିଶଗଡ଼ ର ଗାଁ ଗୁଡିକ ତଥା ଆନ୍ଧ୍ର ପ୍ରଦେଶର କୁଇଗୁର,କାବେରୀ,ଚିନ୍ତୁର,ଚାଟି,ମାଟାପାଲ୍ଲୀ,କୁନାୱରାମ,ରେଖାପାଲ୍ଲୀ ,ରାମାୱରାମ ଲମ୍ଖୀପୁରାମ,ବୁରଗାମପାଢୁ,କୁକୁନୂର,ଓ ତେଲେଙ୍ଗାନା ର ଭଦ୍ରାଚଲାମ,ଓ ଛତିଶଗଡ଼ ରାଜ୍ୟର କୋଣ୍ଟା,ଦରନାପାଲ, ବରାବର,ରାମାଭରମ,ଆସିରଗୁଡା, ଇଞିରାମ ଇତ୍ୟାଦି ଗ୍ରାମ ଗୁଡ଼ିକ ବର୍ତ୍ତମାନ ଜଳମଗ୍ନ ହୋଇପଡିଛି।ଯାଫଳରେ ଏସମସ୍ତ ଗ୍ରାମ ଗୁଡ଼ିକ ଜଳବନ୍ଦୀ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି।ଓ ଧୀରେ ଧୀରେ ଲଗାଣ ବର୍ଷାରେ ବୁଡିଯିବ। ଠିକ୍ ସେହିପରି ଯଦି ଏମିତିଆ ଲଗାଣ ବର୍ଷା ଲାଗି ରହିଲେ ଓଡ଼ିଶାର ସୀମାନ୍ତ ମୋଟୁ ଅଞ୍ଚଳ ମଧ୍ୟ ବୁଡି ଯିବାର ଆଶଙ୍କା ରହିଛି। ନିକଟରେ ରାଜ୍ୟ ସରକାର ମଧ୍ୟ ଏହି ପ୍ରକଳ୍ପ କୁ ବିରୋଧ କରିଥିଲେ। ସେଥିପାଇଁ ବୋଲି ଏହି ପ୍ରକଳ୍ପ ସୁପ୍ରିମକୋର୍ଟ ରେ ବିଚାରଧୀନ ଅଛି।ଓ ବର୍ଷା ଆଗାମୀ ଦିନରେ ମଧ୍ୟ ବଙ୍ଗୋପସାଗରରେ ଲଘୁଚାପ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଯଦି ପୁଣିଥରେ ଲଗାଣ ବର୍ଷା ହୁଏ ମୋଟୁ ଅଞ୍ଚଳ ବୁଡିଯିବା ନେଇ ଆଶଙ୍କା ହେଉଛି। ଯଦି ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେଲେ ୨୬ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଓ ଅସଂଖ୍ୟ ପଶୁସମ୍ପଦ ଜଳ ସମାଧୀ ହେବାର ଆଶଙ୍କା ରହିଛି ଏବଂ ହଜାର ହଜାର ଏକର ଜମି ଜଳମଗ୍ନ ହୋଇ ବୁଡିଯିବାର ଆଶଙ୍କା ରହିଛି। ତେଣୁ ରାଜ୍ୟ ସରକାର ଙ୍କ ଭବିଷ୍ୟ ବାଣୀ ସତ୍ୟ ହେବାକୁ ଯାଉଛି ।ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପୋକ୍ଷ ରୁ ସଜାଗ ରହିଛନ୍ତି। ବନ୍ୟା ପରିସ୍ଥତି ର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ମୋଟୁ ଅଞ୍ଚ୍ଲକୁ ହାଇଆଲର୍ଟ ରେ ରଖିଅଛି ।

Leave A Reply

Your email address will not be published.