xmas

ବ୍ୟାଙ୍କ୍ କୁ ଯିବା ବାଟରେ ଯୁବକ ନିଖୋଜ

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନ ମୁଣ୍ଡା ଥାନା ଅନ୍ତର୍ଗତ ରାବୀଡି ଗ୍ରାମର ନରେନ୍ଦ୍ର ଭୋଇ ଙ୍କ ପୁତ୍ର ସମ୍ରାଟ ଭୋଇ (୧୭) ତା ୧୬/୭/୨୨ ଶନିବାର ସକାଳ ପ୍ରାୟ ୧୧ ଘଣ୍ଟା ସମୟରେ ସୋନପୁର ଜିଲ୍ଲା ସଦର ପଞ୍ଜାବ ନେସନାଲ ବ୍ୟାଙ୍କ୍ କୁ ଯାଉଛି କହି ନିଜ ବାଇକ୍ ଯୋଗେ ନିଜ ଘର ରାବିଡୀ ରୁ ବାହାରିଥିଲେ।ସୁରେଶ୍ଵରୀ ମନ୍ଦିର ନିକଟସ୍ଥ ନିଜ ସମ୍ପର୍କୀୟ ଭଡ଼ାରେ ରହୁଥିବା ବେଳେ ତାଙ୍କ ଘରକୁ ଯାଇ ନିଜର ବାଇକ୍ ଓ ବାଇକ୍ ଚାବି ,ମୋବାଇଲ ସ୍ୱିଚ ଅଫ କରି ରଖିଦେଇ ବ୍ୟାଙ୍କରୁ ଆସୁଛି କହି ଆଉ ଫେରିନଥିଲେ ।ସନ୍ଧ୍ୟା ହେବା ପର୍ଯ୍ୟନ୍ତ ସମ୍ରାଟ ଘରକୁ ନ ଆସିବାରୁ ପରିବାର ଲୋକ ଖୋଜା ଖୁଜି କରି ପାଇନଥିଲେ ପରେ ସୋନପୁର ରେ ଥିବା ସମ୍ପର୍କୀୟ ଘରକୁ ଆସି ପଚାରିବାରୁ ବାଇକ୍ ଓ ମୋବ ରଖିଦେଇଥିବା ବେଳେ ପରିବାର ଲୋକଙ୍କ ସମ୍ରାଟ କୁଆଡେ ଚାଲିଯାଇଥିବା ନେଇ ମନ ମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ସେ ପ୍ଲସ ଟୁ ଶ୍ରେଣୀର ଦ୍ୱିତୀୟ ବର୍ଷ ଛାତ୍ର ଥିବା ବେଳେ ଅନୁଗୁଳ ସ୍ଥିତ ଅଟୋ ନମସ କଲେଜ ର ଛାତ୍ର ଥିଲେ।ଯଦି କେହି ସହୃଦୟ ବ୍ୟକ୍ତି ସମ୍ରାଟ ଭୋଇଙ୍କ ବାବଦରେ କିଛି ସୁରାକ ପାଆନ୍ତି କି ଦେଖନ୍ତି ତାହା ହେଲେ 91249 94842,93481 48894 ରେ ଯୋଗାଯୋଗ କରିବାକୁ ତାଙ୍କ ବାପା ବିନମ୍ର ଅନୁରୋଧ କରିଛନ୍ତି କିମ୍ବା ନିକଟସ୍ଥ ପୋଲିସ ଷ୍ଟେସନ ରେ ଜଣାଇବାକୁ କହିଛନ୍ତି। ମନ ମୁଣ୍ଡା ପୋଲିସ ମଧ୍ୟ ଖୋଜାଖୁଜି କରୁଥିବା ନେଇ ସୂଚନା ମିଳିଛି।ସମ୍ରାଟ ଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର ଓ ସମ୍ପର୍କୀୟ।

Leave A Reply

Your email address will not be published.