xmas

ମାଲକାନଗିରି ବ୍ଲକ ସ୍ତରୀୟ ସରପଞ୍ଚ ନୂତନ ସଂଘ ଗଠନ ସହ ନୂତନ କର୍ମକର୍ତ୍ତା ଚୟନ

ମାଲକାନଗିରି:୧୭/୦୭/୨୨ ମାଲକାନଗିରି ସଦର ବ୍ଲକ ର ୧୯ ଗୋଟି ଗ୍ରାମ ପଞ୍ଚାୟତ ର ସମସ୍ତ ସରପଞ୍ଚ ସଭ୍ୟା ,ସଭ୍ୟଙ୍କ ଉପସ୍ଥିତ ରେ ଆଜି ମାଲକାନଗିରି ରାଜଶ୍ରୀ ହୋଟେଲ ସମ୍ମିଳନୀ କକ୍ଷ ଠାରେ ନୂତନ ସାଙ୍ଗଠନିକ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ସରପଞ୍ଚ ନୀଳକଣ୍ଠ ଝଲାଙ୍କ ଅଧ୍ୟକ୍ଷତାରେ ନୂତନ ସରପଞ୍ଚ ସଂଘର କର୍ମକର୍ତ୍ତା ଚୟନ ଉପରେ ୧୯ ଟି ସରପଞ୍ଚ ମଧ୍ୟରେ ଆଲୋଚନା କରିବା ସହ ମାଲକାନଗିରି ବ୍ଲକ ର ୧୯ ପଞ୍ଚାୟତ ର ବିଭିନ୍ନ ସମସ୍ୟା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ,ବିକାଶ ମୂଳକ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ବିଶେଷ ଆଲୋଚନା କରାଯାଇଥିଲା । ଆଜିର ମାଲକାନଗିରି ବ୍ଲକ ୧୯ ଟି ପଞ୍ଚାୟତ ସରପଞ୍ଚ ଙ୍କ ସଭାପତି ଭାବେ ବରିଷ୍ଠ ସରପଞ୍ଚ ଘାସି ନାୟକଙ୍କୁ ମନୋନୀତ କରାଯାଇଥିବା ବେଳେ ଉପସଭାପତି ଭାବେ ସୁମିତ୍ରା ମାଡକାମୀ ,ସାଧାରଣ ସମ୍ପାଦକ ସୁଦର୍ଶନ କୋପେ ଓ ବରିଷ୍ଠ ଉପଦେଷ୍ଟା ଭାବେ ନୀଳକଣ୍ଠ ଝୋଲା ,ଅରକ୍ଷିତ ନାୟକ ଏବଂ ଲକ୍ଷ୍ମଣ କବାସୀ ଙ୍କୁ ମନୋନୀତ କରାଯାଇଛି ।

Leave A Reply

Your email address will not be published.