
ଫୁଲବାଣୀ -18/07 ରାଇକିଆ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ପ୍ରେମିକ ପଙ୍କଜ ଦିଗଲ କୁ ପୋଲିସ ଶେଷରେ ଗିରଫ କରିଛି l ଅଭିଯୁକ୍ତ ପ୍ରେମିକ ମଧ୍ୟ ଦୋଷ ସ୍ୱୀକାର କରିଛି l
ସୂଚନା ଯୋଗ୍ୟ ଯେ, ଗୁରୁବାର ରାଇକିଆ ଥାନା ଡ଼ ଡ ଙ୍ଗିଆ ଗ୍ରାମର ଅଞ୍ଜୁତା ପ୍ରଧାନ ନାମକ ଜଣେ ଯୁବତୀ କାମରେ ଫୁଲବାଣୀ ଯାଉଛିଵୋଲି ମିଛ କହି ପ୍ରେମିକ ପଙ୍କଜ ସହ ଦିନତମାମ ବୁଲାବୁଲି କରି ଥିଲା ଆଉ ପ୍ରେମିକ ପଙ୍କଜ ଅଞ୍ଜୁତା କୁ ତାଙ୍କ ଘରକୁ ଯିବାକୁ ବାଧ୍ୟ କରିଥିଲା ତେଵେ ମନାକରିବା ରୁ ପ୍ରେମିକ ଗାଁ ପାଖ ଜଙ୍ଗଲ ରାସ୍ତାରେ ଦୁଷ୍କର୍ମ କରିବା ସହ ପଥର ରେ ଛେଚି
ହତ୍ୟା କରିବାପରେ ରାସ୍ତାକଡ଼ ଜଙ୍ଗଲ ରେ ଫୋପାଡ଼ି ଦେଇ ଫେରାର ହୋଇଯାଇଥିଲା l
ସକାଳେ ଖବରପାଇ ରାଇକିଆ ପୋଲିସ ଘଟଣାସ୍ଥଳ ରେ ପହଂଚି ଶବ ଜବତ କରିବାସହ ୭୩ /୨୨ ରେ ମାମଲା ରୁଜୁ କରି ଘଟଣା ର ଛାନଭିନ କରୁଥିଲା lତେଵେ ରବିବାର ଅଭିଯୁକ୍ତ ପଙ୍କଜ ଦିଗଲ କୁ ଫିରିଙ୍ଗିଆ ଥାନା ଉପର ଦଣ୍ଡକୀଆ ଗ୍ରାମ ରୁ ଗିରଫ କରିଥିବା କଥା ଜି. ଉଦୟଗିରି ଏସ୍ଡ଼ିପିଓ ଡି. ତିରୁପତି ପଟନାୟକ ସୂଚନା ଦେଇଛନ୍ତି l
ସୂଚନାଯୋଗ୍ୟ ଯେ, ୨0୧୫ ରେ ଅଭିଯୁକ୍ତ ପତ୍ନୀ ହତ୍ୟା ମାମଲାରେ ଜେଲ ଯାଇଥିଲା l