
ଫୁଲବାଣୀ -20/07
କନ୍ଧମାଳ ଜିଲ୍ଲାରେ କାର୍ଯରତ ଚୁକ୍ତି ଭିତ୍ତିକ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଲକର କାର୍ଯ୍ୟରତ ଚୁକ୍ତି ଭିତ୍ତିକ କର୍ମଚାରି ମାନେ ସରକାରଙ୍କ ଚୁକ୍ତି ଭିତ୍ତିକ ନିଯୁକ୍ତି କୁ ତୁରନ୍ତ ଉଛେଦ ଦାବି ରେ ଵିଡିଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।
ସେହିପରି ଆଜି ବୁଧବାର ରାଇକିଆ ବ୍ଲକରେ କାର୍ଯ୍ୟରତ ଚୁକ୍ତି ଭିତ୍ତିକ କର୍ମଚାରୀ ସଂଘ ପକ୍ଷ ରୁ ସଂଘ ର ସଭାପତି ସ୍ଵାଧୀନ କୁମାର ପଣ୍ଡା ଙ୍କ ନେତୃତ୍ଵ ରେ ରାଇକିଆ ଗୋଷ୍ଠୀ ଉନୟନ ଅଧିକାରୀ , ରାଜସ୍ବ ଅଧିକାରୀ ,ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଜରିଆରେ ଚୁକ୍ତି ଭିତ୍ତିକ ନିଯୁକ୍ତି ଇଛେଦ୍ ଦାବି ଜଣାଇ ଏକ ଦୁଇ ଦଫା ସମ୍ବିଳିତ ଦାବି ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ପ୍ରଦାନ କରିଥିଲେ ।ରାଜ୍ୟ ସରକାର 2013 ରୁ ଯେଉଁ ଚୁକ୍ତି ଭିତ୍ତିକ ନିୟମ ପ୍ରଣୟନ କରିଛନ୍ତି ତାଙ୍କୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରି ସ୍ତାୟୀ ନିଯୁକ୍ତି କରିବାକୁ ସଭାପତି ପଣ୍ଡା ଦାବିକରିଛନ୍ତି । ଚଳିତ ମାସ ତା 23 ଠାରୁ 29 ପର୍ଯ୍ୟନ୍ତ କଳା ବ୍ୟାଚ ପରିଧାନକରି ଆଗାମୀ ଦିନରେ ଭୁବେନେଶ୍ୱର ଠାରେ ରାଜ୍ୟ ବ୍ୟାପି ଆନ୍ଦୋଳନ କରାଯିବ ବୋଲି ପଣ୍ଡା କହି ଛନ୍ତି ।