
ଫୁଲବାଣୀ -21/07
ବ୍ରହ୍ମପର ଆଞ୍ଚଳିକ ମୂଖ୍ୟ ବନ ସରଂ କ୍ଷକ ପ୍ରଶାନ୍ତ କୁମାର ମିଶ୍ର କନ୍ଧମାଳ ଗସ୍ତରେ ଆସି ବାଲିଗୁଡା ଜଙ୍ଗଲବିଭାଗ ଅଧୀନ କ. ନୂଆଗାଁ ରେଞ୍ଜ ଅନ୍ତର୍ଗତ ବିଭିନ୍ନ ବନୀକରଣ, ଜଙ୍ଗଲ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ବୁଲି ଦେଖି ବେଶ ସନ୍ତୋଷ ପ୍ରକାଶ କରିଥିଲେ l
ସାରଙ୍ଗଡ଼ ନିକଟ ହାତିଶାଳ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ର ଶୁଭଉଦ୍ଘାଟନକରି ବନ କର୍ମଚାରୀ ମାନେ ସର୍ବଦା ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟକଲେ ବନୀକରଣ କାର୍ଯ୍ୟକ୍ରମ ସଫଳ ହେବାସହ ଲୋକେ ମଧ୍ୟା ଏହାର ସୁଫଳ ପାଇପାରିବେ ବୋଲି ଆର ସିସି ଏଫ ମିଶ୍ର କହିଥିଲେ l
ଏହିଅବସରରେ ବାଲିଗୁଡା ଡ଼ି ଏଫଓ ବିସ୍ବରାଜ ପଣ୍ଡା ଯୋଗ ଦେଇ ଜଙ୍ଗଲ ଓ ବନ୍ୟ ପ୍ରାଣୀ ସୁରକ୍ଷା ଦିଗରେ କ ନୂଆଗାଁ ରେଞ୍ଜର ରବୀନ୍ଦ୍ର ପାତ୍ର ଓ ବନକର୍ମଚାରୀ ମାନଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି କହିଥିଲେ l
ହାତୀ ଶାଳ ଅଂଚଳ ରେ ୭. ୫ ଏକର ଜମିରେ ଆମ୍ବ, ପଣସ, ନିମ୍ବ, ଫlସି, କରଞ୍ଜ, ଗମ୍ଭାରୀ ଆଦି ଅନେକପ୍ରକାର ବୃକ୍ଷ ରୋପଣ କରାଯାଇଥିବା କ .ନୂଆଗାଁ ରେଞ୍ଜର ରବୀନ୍ଦ୍ର ପାତ୍ର କହିଛନ୍ତି lଅନ୍ୟମାନଙ୍କ ମଧ୍ୟରେ ବନପାଳ ଦାଶରଥି ପଣ୍ଡା, ବନରଖି ଅଜିତ ଦିଗଲ ଙ୍କ ସମେତ ବହୁ ବନ କର୍ମଚାରୀ, ଭି ଏସ ଏସ ସଦସ୍ୟ, ଗ୍ରାମବାସି ଉପସ୍ଥିତ ଥିଲେ lରେଞ୍ଜର ଭାବେ ଦାଇତ୍ୱ ଗ୍ରହଣ କରିବାର ମାସ କେଇଟା ମଧ୍ୟରେ କ. ନୂଆଗାଁ ରେଞ୍ଜର ରବୀନ୍ଦ୍ର ପାତ୍ର ଙ୍କ ନିଷ୍ଠା ପର ଉଦ୍ୟମ, କାର୍ଯ୍ୟ ଦକ୍ଷତା, ସଚୋଟତା ଯୋଗୁଁ ଜଙ୍ଗଲ ଓ ପରିବେଶ ସୁରକ୍ଷା ଦିଗରେ ଢେର କାର୍ଯ୍ୟକ୍ରମ ମାନ ହାତକୁ ନେବାରେ ସଫଳ ହୋଇଛନ୍ତି l