
ଫୁଲବାଣୀ -21/07(ସୁନୀଲ ପଟନାୟକ )ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରୁଥିବା ଓଡିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟୀ ରେ କନ୍ଧମାଳ ବିଜେଡି ଖୁସି ବ୍ୟକ୍ତ କରିବାସହ ଅଭିନନ୍ଦନ ଜଣାଇଥିଲେ l ଏଥି ସହ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି lଆଜି ସନ୍ଧ୍ୟାରେ ଜ଼ିଲ୍ଲା ବିଜେଡି ସଭାପତି ସରୋଜ କର୍ଣ ଙ୍କ ନେତୃତ୍ୱ ରେ ମହିଳା ମୋର୍ଚା ସଭାନେତ୍ରୀ ପୁନମ କହଁର, ନଗର ସଭାପତି ପାର୍ଥ ବିଶ୍ୱାଳ, ବିଜେଡି ନେତା ଜଳନ୍ଧର ବେହେରା, ଦାରୁଣ ବେହେରା, ମହିଳା ନେତ୍ରୀ ଗୀତାଞ୍ଜଳି ବେହେରା, କାଉନସିଲର ରାଜେନ୍ଦ୍ର ପାଢ଼ୀ ଙ୍କ ସମେର ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ lସେହିପରି ରାଷ୍ଟ୍ରପତି ଭାବେ ବିଜୟୀ ହୋଇଥିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟି ରେ ଜ଼ିଲ୍ଲା ବିଜେପି କର୍ମକର୍ତ୍ତା ଙ୍କ ମଧ୍ୟ ରେ ଖୁସିର ଲହରୀ ଖେଳିଯାଇଥିଲା l ବିଜେପି ଜିଲା ସଭାପତି ଜଗନାଥ ସାହୁ, ମହିଳା ମୋର୍ଚା ସଭାନେତ୍ରୀ ତଥା ପୋୖରାଧ୍ୟାକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି, ଜିଲା ଉପସଭାପତି ରମେଶ ମହାନ୍ତି, ଭଗବାନ ମହାନ୍ତି, ବିଜେପି ନେତା କମଳା କାନ୍ତ ପାଣ୍ଡେ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତିl