mobile header

ସୋନିଆ ଗାନ୍ଧୀଙ୍କୁ ନ୍ୟାସନାଲ୍ ହେରାଲ୍ଡ ମାମଲାରେ ଇଡ଼ି ଡାକରା ପ୍ରତିବାଦରେ କଂଗ୍ରେସର ବିଶାଳ ଶକ୍ତି ପ୍ରଦର୍ଶନ

ମୋଦୀଙ୍କ ନାଲି ଆଖିକୁ କଂଗ୍ରେସର ଭୟ ନାହିଁ : ଶରତ ପଟ୍ଟନାୟକ

ଗଣତନ୍ତ୍ରରେ ପ୍ରତିହିଂସା ପରାୟଣ ରାଜନୀତିର ସ୍ଥାନ ନାହିଁ : ଶରତ ପଟ୍ଟନାୟକ

ଭୁବନେଶ୍ୱର ତା. ୨୧.୦୭.୨୦୨୨ ରିଖ : କେନ୍ଦ୍ର ସରକାରଙ୍କ ପ୍ରବର୍ତନ ନିର୍ଦ୍ଦେଶାଳୟ ଆଜି ଅଖିଳ ଭାରତୀୟ ଜାତୀୟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ଯେଉଁ ନ୍ୟାସନାଲ ହେରାଲ୍ଡ ଖବର କାଗଜର (ମନି ଲଣ୍ଡରିଙ୍ଗ) ମାମଲାରେ ଜେରା କରିବା ପାଇଁ ଯେଉଁ ସମନ ଜାରୀ କରିଛି ତାହା ସଂପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ପ୍ରତିହିଂସା ପରାୟଣ ରାଜନୀତିର ଏକ ସ୍ପଷ୍ଟ ଉଦାହାରଣ । ଦୀର୍ଘ ୮ ବର୍ଷ ଧରି ନରେନ୍ଦ୍ର ମୋଦୀ ସରକାର ଭାରତ ବର୍ଷର ସମ୍ବିଧାନ, ସାମ୍ବାଧାନିକ ଅନୁଷ୍ଠାନ ଏବଂ ସମସ୍ତ ନିରପକ୍ଷେ ତଦନ୍ତକାରୀ ସଂସ୍ଥାମାନଙ୍କୁ ନିଜ ଇଙ୍ଗିତରେ ପରିଚାଳିତ କରୁଛନ୍ତି । ଏପରିକି ଭାରତ ବର୍ଷର ବିଚାରଳୟ ମଧ୍ୟ ଏଥିରୁ ନିସ୍ତାର ପାଉନାହିଁ । ସଂପୂର୍ଣ୍ଣ ଏକ ମିଛ ମାମଲାରେ ଗାନ୍ଧୀ ନେହୁରୁ ପରିବାରକୁ ମଦନାମ କରିବା ଉଦ୍ଦେଶ୍ୟରେ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ଏବଂ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ଇଡ଼ି ସମନ ଜାରି କରୁଛି ଜେରା କରିବା ପାଇଁ । ତଦ୍ୱାରା ନରେନ୍ଦ୍ର ମୋଦୀଙ୍କର ଏହା ଏକ ଅପଚେଷ୍ଟା । ଆଜି ଇଡ଼ିର ସୋନିଆ ଗାନ୍ଧୀଙ୍କୁ ଜେରା କରିବା ପାଇଁ ଡାକରାକୁ ପ୍ରତିବାଦ କରି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସମସ୍ତ ବିଧାୟକ, ପୂର୍ବତନ ମନ୍ତ୍ରୀ, ବରିଷ୍ଠ କଂଗ୍ରେସ ନେତୃବର୍ଗ, ଯୁବ, ଛାତ୍ର ଓ ମହିଳା, ସେବାଦଳ ଏବଂ ସମସ୍ତ ପ୍ରକୋଷ୍ଠ ତଥା ଜିଲ୍ଲାସ୍ତରୀୟ ନେତୃବର୍ଗମାନେ ଏକ ବିରାଟ ଶୋଭାଯାତ୍ରାରେ କଂଗ୍ରେସ ଭବନରୁ ବାହାରି ଇ.ଡ଼ି କାର୍ଯ୍ୟାଳୟ ଅଭିମୁଖେ ଯାଉଥିଲାବେଳେ ରାଜମହଲ ଛକ ଠାରେ ପୋଲିସ୍ ଅଟକାଇବାରୁ ସେହି ଠାରେ ଏକ ପ୍ରତିବାଦ ସଭା କରାଯାଇଥିଲା । ଏହି ସଭାରେ ପି.ସି.ସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଉପସ୍ଥିତ ନେତୃବୃନ୍ଦଙ୍କୁ ସମ୍ବନ୍ଧିତ କରି କହିଥିଲେ ଯେ, ନରେନ୍ଦ୍ର ମୋଦୀର ସରକାର କେବଳ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ପ୍ରବଳ ଭୟ କରେ । ମିଛ ମାମଲାରେ ଇଡ଼ି ମାଧ୍ୟମରେ ଗାନ୍ଧୀ ପରିବାରକୁ ନିନ୍ଦିତ କରିବା ପାଇଁ ଏକ ଅବଚେଷ୍ଟା କରୁଛନ୍ତି । କଂଗ୍ରେସ ଦଳ ମୋଦୀଙ୍କର ଏହି ଆଚରଣ ଓ ଉଚାରଣରେ ଭୟଭୀତ ନୁହେଁ । କଂଗ୍ରେସ ଦଳ ଏ ଦେଶକୁ ସ୍ୱାଧିନ କରିଛି । ଏ ଦେଶକୁ ଗଣତନ୍ତ୍ର ପ୍ରଦାନ କରିଛି ଏବଂ ଏ ଦେଶକୁ ଶାସନ କରିବା ପାଇଁ ମଧ୍ୟ ସମ୍ବିଧାନ ଦେଇଛି । ନରେନ୍ଦ୍ର ମୋଦୀ ୨୦୧୪ ମସିହା ପୂର୍ବରୁ ନରେନ୍ଦ୍ର ମୋଦୀ ଏବଂ ବିଜେପି ଦଳ ଭାରତ ବର୍ଷର ଜନଗଣଙ୍କୁ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ଏ ସବୁଥିରେ ସେ ଫେଲ୍ ହୋଇଛନ୍ତି । ପ୍ରତିବର୍ଷ ୨ କୋଟି ଯୁବକ / ଯୁବତୀ ମାନଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ୮ ବର୍ଷରେ ୧୬ କୋଟି ନିଯୁକ୍ତି ଦେବା କଥା । କିନ୍ତୁ ୧ ଲକ୍ଷ ୬୦ ହଜାର ନିଯୁକ୍ତି ମଧ୍ୟ ମିଳି ନାହିଁ । ସମସ୍ତଙ୍କ ବ୍ୟାଙ୍କ ଖାତାକୁ ୧୫ ଲକ୍ଷ ଟଙ୍କା ଆସିବା କଥା କିନ୍ତୁ ୧୫ ଟଂଙ୍କା ଆସିଲା ନାହିଁ । ଆଚ୍ଛେ ଦିନର ଡ଼ିମ୍ ଡ଼ିମ୍ ପିଟୁଥିବା ନରେନ୍ଦ୍ର ମୋଦୀ ସରକାର କହିବେ କି ପେଟ୍ରୋଲ ଦାମ୍ ୧୦୩ ଟଙ୍କା ଓ ଡିଜେଲ ଦାମ୍ ୧୦୦ ଟଙ୍କା ଅଧିକ, ଗ୍ୟାସର ଦାମ୍ – ୧୦୮୦ ଟଙ୍କା ହୋଇଗଲା, ଖାଦ୍ୟ ଦ୍ରବ୍ୟର ଦରଦାମ ହୁ ହୁ ହୋଇ ବଢ଼ିଚାଲିଛି, ମୁଦ୍ରାସ୍ପିତି ସରକାରଙ୍କ ନିୟନ୍ତ୍ରଣର ବାହାରେ, ବିଦେଶୀ ଗଚ୍ଛିତ ମୁଦ୍ରା ଭଣ୍ଡାର ବହୁ ମାତ୍ରାରେ କମି କମି ଚାଲିଛି, ଏ ସବୁ କ’ଣ ଆଚ୍ଛେ ଦିନ ବୋଲି ଶ୍ରୀ ପଟ୍ଟନାୟକ ପଚାରିଛନ୍ତି । ଶେଷର ରାଜକୋଷକୁ ଭରିବାକୁ ରାଜ୍ୟର ନିତିଦିନିଆ ଖାଦ୍ୟ ଖଇ, ଉକୁଡ଼ା, ଚୁଡ଼ା, ମୁଢ଼ା, ଗୁଡ଼, ଅଟା, ଚୁନା ଇତ୍ୟାଦି ଉପରେ ୫ ପ୍ରତିଶତ ଜି.ଏସ୍‌.ଟି ଲାଗୁ କରିବା ଦ୍ୱାରା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଓଡ଼ିଶାର ଗରୀବ ଆଦିବାସୀ, ଖଟିକିଆ, ସ୍ୱଳ୍ପ ଆୟକାରି ଓ ନିମ୍ନ ମଧ୍ୟମ ଆୟକକାରିବର୍ଗ ପେଟକୁ ଲାତ ମାରିଛନ୍ତି । ଏ ଉଭୟ ବିଜେପି ଓ ବିଜେଡ଼ି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ଏମାନେ ଦୁଇ ଭାଇ, ଏମାନଙ୍କ ଭିତରେ କିଛି ପାର୍ଥକ୍ୟ ନାହିଁ । ଏମାନେ ମିଳିମିଶି ଦେଶ ଓ ରାଜ୍ୟକୁ ଲୁଟିବାରେ ବ୍ୟସ୍ତ ଅଛନ୍ତି । ବିଜେଡ଼ି ଓଡ଼ିଶାର ଜନସାଧାରଣ ସ୍ୱାର୍ଥ ପାଇଁ କେବେ ହେଲେ ମୋଦୀ ସରକାରଙ୍କୁ ବିରୋଧ କରି ନାହିଁ । ବିଜେଡ଼ି ପ୍ରତ୍ୟେକ କ୍ଷେତ୍ରରେ ବିଜେପି ଦଳକୁ ଖୋଲା ସମର୍ଥନ କରିଆସୁଛି । ମାତ୍ର ଲୋକ ଦେଖାଣିଆ ଭାବରେ ଏଠାରେ ଉଭୟ ମିଛ ନାଟକ କରୁଛନ୍ତି । କଂଗ୍ରେସ ନେତା ଶୁଭେନ୍ଦୁ ମହାନ୍ତିଙ୍କ ପରିଚାଳନାରେ ଏହି ପ୍ରତିବାଦ ସଭାରେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ମିଡ଼ିଆ ସେଲ୍‌ର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ଓ ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜ ମଧ୍ୟ ମୋଦୀ ସରକାରଙ୍କ ଆକ୍ରୋଶମୂଳକ ରାଜନୀତିକୁ ଦୃଢ ସମାଲୋଚନା କରିଥିଲେ । ଏହି ଅବସରରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଶାନ୍ତିପୂର୍ଣ୍ଣ ଭାବେ କଂଗ୍ରେସ ନେତୃବୃନ୍ଦ ଇଡ଼ି କାର୍ଯ୍ୟାଳୟ ଅଭିମୁଖେ ଯିବା ସମୟରେ ରାଜମହଲ ଛକ ଠାରେ ପୁଲିସ୍ ଅଟକାଇବାରୁ ପୁଲିସ୍ ସହ ଧସ୍ତାଧସ୍ତି ହୋଇଥିଲା । ଏହାପରେ ଶରତ ପଟ୍ଟନାୟକଙ୍କ ସମେତ ହଜାର ହଜାର କଂଗ୍ରେସ ନେତୃବର୍ଗଙ୍କୁ ପୁଲିସ୍ ଗିରଫ କରିଥିଲା । ଶେଷରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ତାରା ପ୍ରସାଦ ବାହିନିପତି, ଦାସରଥି ଗମାଙ୍ଗ, ଅଧିରାଜ ପାଣିଗ୍ରାହି, ସି.ଏସ୍‌.ରାଜନ ଏକ୍କା, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଂଟିଆ, ଅନନ୍ତ ପ୍ରସାଦ ସେଠୀ, ପୂର୍ବତନମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, କିଶୋର ପଟେଲ, ଅମର ପ୍ରଧାନ, ବିଜୟଲକ୍ଷ୍ମୀ ସାହୁ, ରବିନ୍ଦ୍ର କୁମାର ସେଠୀ, ଯୁଧିଷ୍ଠିର ଜେନା, ଶ୍ରମିକନେତା ବିଦ୍ୟାଧର ମହାନ୍ତି, ଲୋକନାଥ ମହାରଥି, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଶିବାନନ୍ଦ ରାୟ, ରତ୍ନମଣୀ ଉଲ୍ଲାକା, ସୁରେଶଚନ୍ଦ୍ର ମହାପାତ୍ର, ମନୋରଞ୍ଜନ ଦାସ, ନିମେଇ ସରକାର, ରବିନ୍ଦ୍ର ମଲ୍ଲିକ, ଲଲାଟେନ୍ଦୁ ମହାପାତ୍ର, ସୁଜିତ୍ ପାଢ଼ି, ପ୍ରଭାତ ମହାପାତ୍ର, ଦିଲ୍ଲୀପ ଶ୍ରୀଚନ୍ଦନ, ଅକ୍ଷୟ ଆଚାର୍ଯ୍ୟ, ଶସ୍ମିତା ବେହେରା, କୁମାର ଚିରଞ୍ଜିବ୍‌, ମନୋଜ ରାଉତ, ସୁବ୍ରତ ଦାସ, ସଂଧ୍ୟା ମହାପାତ୍ର, ମାନସ ରଂଜନ ଆଚାର୍ଯ୍ୟ, କିଶୋର ଜେନା, ବିଷ୍ଣୁ ବାରିକ, ରଜତ ଚୌଧୁରୀ, ଚିନ୍ମୟ ସୁନ୍ଦର ଦାସ, ରଜନୀ ମହାନ୍ତି, ବାଙ୍କନିଧି ବେହେରା, ହଳଧର ସେଠୀ, ଅଭିଶେକ ମହାନନ୍ଦ, ଅମିୟ ପଟ୍ଟନାୟକ, ବିଭୂତି ମିଶ୍ର, ମନୋଜା ମଞ୍ଜିରି ଦେବୀ, ଜିଆ ଉଲ୍‌କ୍‌, ନିଶିକାନ୍ତ ମିଶ୍ର, ମିହିର ରଞ୍ଜନ ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, ଅଶୋକ କୁମାର ଦାସ, ବ୍ରହ୍ମନନ୍ଦ ସାହୁ, ଦେବରାଜ ମିଶ୍ର, ଜୟକୃଷ୍ଣ ସୁବୁଧି,ଶ୍ରୀଧର ବଳିଆର ସିଂ, ଅକ୍ଷୟ ଦାସ, ସତ୍ୟବ୍ରତ ନାୟକ, ଦିପକ ମହାପାତ୍ର, ସରୋଜ ପଟ୍ଟନାୟକ, ଦିପୁ ସାହୁ, ସରୋଜନ ପରିଡ଼ା, ବିକାଶ ଦାସ, ବିଭୁଜି ଭୂଷଣ ମିଶ୍ର, ସୁରେଶ ପାଣିଗ୍ରାହି, ରବିରାୟ, ଅମୀୟ ପାଣ୍ଡବ, ସ୍ୱାଧିନବାଳା ଦାସ, ଅମିତା ବିଶ୍ୱାଳ, ମଧୁସ୍ମିତା ଆଚାର୍ଯ୍ୟ, ମଧୁମିତା ପଣ୍ଡା, ଜାନକୀ ମଲ୍ଲିକ, ବିନୋଦିନୀ ମହାନ୍ତି, ସ୍ନେହଲତା ଚୌଧୁରୀ, ପ୍ରକାଶ ଜେନା, ପୃଥିବୀ ବଲ୍ଲଭ ପଟ୍ଟନାୟକ, ମୋହନ ଜେନା, ଅଶୋକ ସ୍ୱାଇଁ, ତାରା ପଟ୍ଟନାୟକ, ନିତ୍ୟାନନ୍ଦ ମହାନ୍ତି, କନକଲତା ମଲ୍ଲିକ, ରସିକ ପଟ୍ଟନାୟକ, ପ୍ରଣତି ମିଶ୍ର, ବିସ୍ମୟ ମହାପାତ୍ର, ସୁଦର୍ଶନ ଦାସ, ଜ୍ଞାନ ପଟ୍ଟନାୟକ, ନିରଞ୍ଜନ ନାୟକ, ଶ୍ରୀନିବାସ ରାଉତରାୟ, ଆଲୋକ ମହାନ୍ତି, ମନୋଜ ସାହୁ, ନିରୁପମା ପାତ୍ର, ସଂକୁନା କଅଁର, ଦୁର୍ଗା ପାଢ଼ୀ, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ଜୟନ୍ତ ଭୋଇ, ବେଣୁ ଭୋଇ, ଜୟନ୍ତ ମହାନ୍ତି, ବଟକୃଷ୍ଣ ରାଉତରାୟ, ପ୍ରଦିପ ସ୍ୱାଇଁ, ଏମ୍‌.ଡ଼ି. ସାହା ଦୁଲ୍ଲା, ଆଲୋକ ଲେଙ୍କା, କୈଳାସ ସାହୁ, ଅଜୟ ମହାପାତ୍ର, ଶ୍ରୀୟାସ୍ମିତା ପଣ୍ଡା, କୁଶୁମ ପଣ୍ଡା, ଲଲାଟେନ୍ଦୁ ଦାସ, ସାରଦା ପ୍ରଦାନ, ସୁବାସ ପ୍ରଦାନ, ଚନ୍ଦ୍ର ପରିଡ଼ା, ମନୋଜ ଆଚାର୍ଯ୍ୟ, ଦେବେନ୍ଦ୍ର ମହାନ୍ତି, ନରୋତମ ନାୟକ, ରାଜ କିଶୋର ବାରିକ, ସତ୍ୟସ୍ମିତ ମହାନ୍ତି, ସଂଜୟ ତ୍ରିପାଠୀ, ଶ୍ରୀମାଂଚଳ ଉଲ୍ଲାକା, ଅରବିନ୍ଦ ଦାସ, ବିଦୁଭୂଷଣ ତ୍ରିପାଠୀ, ଚୈତାଳି ପଟ୍ଟନାୟକ, ସୈଳେନ୍ଦୁ ମଜୁମ୍‌ଦାର, ଜିତେନ୍ଦ୍ର ପଣ୍ଡା, ଆରତି ସ୍ୱାଇଁ, ସିଲି ସେଠୀ, ଶୋଭା ସିଂ, ନିର୍ମଳା ମଲ୍ଲିକ, ଜୟକୃଷ୍ଣ ମାଲିଆ ଓ ଆତ୍ମାରାମ ପତି ପ୍ରମୁଖ ହଜାର ହଜାର କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.