mobile header

ମେଡିସିନ ଫୋଫାଡୁଛନ୍ତି,ଅଥଚ ରୋଗୀଙ୍କୁ ମିଳୁନି

ଫୁଲବାଣୀ -21/07ସରକାର ଗ୍ରାମାଞ୍ଚଳ ର ଗରିବ ରୋଗୀଙ୍କୁ ମାଗଣା ମେଡିସିନ ଦେଉଛନ୍ତି ହେଲେ ରୋଗୀଙ୍କୁ ନଦେଇ ଔଷଧ ବଳକା ରଖି ପରେ ଏକ୍ସପାଇର ହେଲେ ସେସବୁ କୁ ଶେଷରେ କୁଆଡେ ଫୋଫାଡୁଛନ୍ତି ମେଡିକାଲ କର୍ମଚାରୀ ଏ ଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲା ବାରୀକୁମ୍ପା ଡାକ୍ତର ଖାନାରୁ l
ଗତକାଲି ବାରୀକୁମ୍ପା ଡାକ୍ତର ଖାନା ନିକଟ ରେ ସାଲାଇନ, କିଛି ମେଡିସିନ ଏକ ପରିତ୍ୟକ୍ତ କୂଅରେ ପଡିଥିବା ଦେଖିବାକୁ ମିଳିଥିଲା l
ତେଵେ. କିଏ କାଁହିକି ଓ କଣ ପାଈଁ ସେଠାରେ ଫୋଫଡ଼ିଲା ଜଣାପଡ଼ିନି l
ମେଡିକାଲ କର୍ମଚାରୀ ଫୋଫା ଡ଼ିଛନ୍ତି ନାଆଉ କିଏ ଆଣି ସେଠାରେ ପକlଇ ଦେଇ ଛନ୍ତି ତାହା ତଦନ୍ତ ପରେ ଜଣାପଡିବ l
କେବଳ ଏହି ଗୋଟିଏ ମେଡିକାଲ ନୁହେଁ ନିକଟରେ ଫିରିଙ୍ଗିଆ ଡାକ୍ତର ଖାନା ନିକଟରେ ମଧ୍ୟ ବହୁ ଏକ୍ସପାଇର ମେଡ଼ିସିନ ପଡିଥିବା ଦେଖିବାକୁ ମିଳିଥିଲା lଜୀଲାର ସଦର ମହକୁମା ଡାକ୍ତରଖାନା ସମେତ ଅନେକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ରେ ମଧ୍ୟ ଏକ୍ସପାଇର ମେଡ଼ିସିନ ସବୁ ଫୋଫଡୁଥିବା ପୂର୍ବରୁ ଅଭିଯୋଗ ହୋଇ ଆସୁଛି l
ତେଵେ ଏନେଇ ଜିଲ୍ଲା ମୁଖ୍ୟ
ଜନସ୍ୱାସ୍ଥ୍ୟ ଓ ଚିକିତ୍ସା ଅଧିକାରୀ ଡ଼l. ମନୋଜ କୁମାର ଗଡ଼ନାୟକଙ୍କ ଦ୍ରୁଷ୍ଟି ଆକର୍ଷଣ କରିବାରେ ସେଏ ନେଇ ଅଭିଯୋଗ ମିଳିଲେ ତଦନ୍ତ କରାଯିବ ବୋଲି କହିଥିଲେ l
ସେହିପରି ଦାଇତ୍ୱ ରେ ଥିବା ମେଡିକାଲ ଅଫିସର ଙ୍କୁ ପଚାରିବାରେ ଏହି ମେଡିକାଲ ରେ ଉନ୍ନତ ମାନର ରୋଗୀସେବା ଓ ସ୍ୱଛତା ପାଈଁ ପୂର୍ବରୁ କାୟlକଳ୍ପ ପୁରସ୍କାର ମିଳିଛି ଏବେ ଆଉ ଏକ ପୁରସ୍କାର ମଧ୍ୟ ପାଇବା ପାଈଁ ଏହି ମେଡିକାଲ ଯୋଗ୍ୟ ବିବେଚିତ ହେବା ଲାଗି ସମସ୍ତ ପ୍ରସ୍ତୁତି କରାଯାଉଛି l
ଏଣୁ ସଫେଇ କରାଯିବାବେଳେ
ପୂର୍ବରୁ କିଛି ଏକ୍ସପାଇର ମେଡିସିନ ହୁଏତ କେଉଁଠି ଥିବ ତାକୁ କେହି କର୍ମଚାରୀ ଫୋଫାଡ଼ି ଦେଇଥିବେ ବୋଲି କହିଛନ୍ତି l
ସେଯାହା ହେଉନା କାଁହିକି ରୋଗୀଙ୍କ ପାଈଁ ଆସୁଥିବା ମେଡ଼ିସିନ ନ ଫୋଫାଡ଼ି ଗରିବ ରୋଗୀଙ୍କୁ ପ୍ରଦାନ କରିବା ଉପରେ କତୃପକ୍ଷ ଗୁରୁତ୍ୱ ଦେବା ଜରୁରୀ ବୋଲି ବୁଦ୍ଧିଜୀବୀ ମାନେ ମତ ବ୍ୟକ୍ତ କରିଛନ୍ତି l

Leave A Reply

Your email address will not be published.