mobile header

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ‘ରକେଟ୍ରି’ ଫିଲ୍ମ ନିର୍ମାତା ଆର ମାଧବନ

ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଜଣାଶୁଣା ବଲିଉଡ ଅଭିନେତା ଆର ମାଧବନ । ଟୁଇଟ୍ କରି ମାଧବନ ଏହି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତକରି ଅତ୍ୟନ୍ତ ଖୁସି ହୋଇଥିବା ମାଧବନ କହିଛନ୍ତି ।

ଏହା ସହ ସେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ଆତିଥ୍ୟକୁ ପ୍ରଶଂସା କରିବା ସହ କ୍ରୀଡ଼ାକ୍ଷେତ୍ରରେ ଓଡ଼ିଶାର ଅବଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ଜାତୀୟ ସନ୍ତରଣ ପ୍ରତିଯୋଗୀତାରେ ମାଧବନଙ୍କ ପୁଅ ବେଦାନ୍ତ ମାଧବନ ଏକାଧିକ ଜାତୀୟ ରେକର୍ଡ଼ ସହ ଭାରତୀୟ ସନ୍ତରଣର ନୂଆ ଭବିଷ୍ୟତ ଭାବେ ଉଭା ହୋଇଛନ୍ତି ।

Leave A Reply

Your email address will not be published.