mobile header

ଗ୍ରାହକଙ୍କ ସହ ଏମିତି କରିପାରିବେନି ବ୍ୟାଙ୍କ୍ କର୍ମଚାରୀ, ନିଆଯିବ କାର୍ଯ୍ୟାନୁଷ୍ଠାନ, ଜାଣନ୍ତୁ RBI ଗାଇଡଲାଇନ

ନୂଆଦିଲ୍ଲୀ: ବ୍ୟାଙ୍କ ସହ ଜଡ଼ିତ କାମ ପାଇଁ ଅନେକ ଥର ବ୍ରାଞ୍ଚକୁ ଯିବାକୁ ପଡ଼ିଥାଏ । ବେଳେବେଳେ ବ୍ୟାଙ୍କ କର୍ମଚାରୀଙ୍କ ବିଳମ୍ବ ଯୋଗୁଁ ଆପଣଙ୍କର ମଧ୍ୟ ବିଳମ୍ବ ହୋଇଥିବା କଥା ଶୁଣିଛନ୍ତି । ଅନେକ ଥର ବ୍ୟାଙ୍କରେ କର୍ମଚାରୀ ଲଞ୍ଚ ପରେ ଆସିବାକୁ ମଧ୍ୟ କହିଥାନ୍ତି । ଅନେକ ଥର ଘଣ୍ଟା ଘଣ୍ଟା ମଧ୍ୟ ଅପେକ୍ଷା କରିବାକୁ ପଡ଼ିଥାଏ । ଯଦି ଆପଣଙ୍କ ସହ ଏଭଳି ହୋଇଛି ତେବେ ଆପଣ ଏହି ଖବର ନିଶ୍ଚୟ ପଢ଼ନ୍ତୁ । ଏବେ ଯଦି ବ୍ୟାଙ୍କ୍ କର୍ମଚାରୀ ଆପଣଙ୍କ କାମ ପାଇଁ ଆପଣଙ୍କୁ ଏଠୁ ସେଠାକୁ ଦୌଡ଼ାଉଛନ୍ତି ତା’ହେଲେ ଆପଣ ଏହାର ଅଭିଯୋଗ କରିପାରିବେ । ଆରବିଆଇ ଏଥିପାଇଁ ନିୟମ ମଧ୍ୟ ତିଆରି କରିଛି ।

ଅନେକ ଥର କର୍ମଚାରୀ କାମକୁ ଏଡ଼ାଇବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ଏହା ସେତେବେଳେ ହୋଇଥାଏ ଯେତେବେଳେ ଆପଣଙ୍କୁ ଆପଣଙ୍କ ଅଧିକାର ବିଷୟରେ ଜଣାନଥାଏ । ଗ୍ରାହକଙ୍କୁ ବ୍ୟାଙ୍କ ସେବା ସହ ଜଡ଼ିତ କିଛି ଅଧିକାର ମିଳିଛି ଯାହାର ସୂଚନା ଅଭାବରୁ ଆପଣ ଏହାର ଲାଭ ଉଠାଇପାରନ୍ତିନାହିଁ । ଆଉ ଏହାର ଫାଇଦା ବ୍ୟାଙ୍କ୍ କର୍ମଚାରୀ ଉଠାଇଥାନ୍ତି । ଗ୍ରାହକଙ୍କ ସହ ବ୍ୟାଙ୍କର ଠିକ୍ ବ୍ୟବହାର କରିବା ଜରୁରୀ । ରିଜର୍ଭ ବ୍ୟାଙ୍କର ନିୟମ ଅନୂଯାୟୀ, ଗ୍ରାହକଙ୍କୁ ଉଚିତ୍ ବ୍ୟବହାର ନହେବା ଦ୍ୱାରା ଆପଣ ବ୍ୟାଙ୍କିଂ ଲୋକପାଳଙ୍କୁ ଅଭିଯୋଗ କରିପାରିବେ ଏବଂ ନିଜ ସମସ୍ୟାର ସମାଧାନ ପାଇପାରିବେ । ଆସନ୍ତୁ ଜାଣିବା ଏହି ଅଧିକାର ବିଷୟରେ ।

ବ୍ୟାଙ୍କ ଗ୍ରାହକଙ୍କ ପାଖରେ ରହିଛି ଏହି ଅଧିକାର

– ଯଦି କୌଣସି ବ୍ୟାଙ୍କ କର୍ମଚାରୀ ଆପଣଙ୍କ କାମ କରିବାରେ ବିଳମ୍ବ କରନ୍ତି ତେବେ ଆପଣ ସେହି ବ୍ୟାଙ୍କର ମ୍ୟାନେଜର କିମ୍ବା ନୋଡାଲ ଅଫିସରଙ୍କ ନିକଟରେ ଅଭିଯୋଗ କରିପାରିବେ ।

– ଗ୍ରାହକଙ୍କ ଅଭିଯୋଗର ମୁକାବିଲା ପାଇଁ ପ୍ରାୟ ପ୍ରତ୍ୟେକ ବ୍ୟାଙ୍କରେ ଏକ ଗ୍ରୀଭାନ୍ସ ରିଡ୍ରେସାଲ୍ ଫୋରମ୍ ଅଛି, ଯେଉଁଠାରେ ଆପଣ ଆପଣଙ୍କର ଅଭିଯୋଗର ସମାଧାନ କରିପାରିବେ ।

କେଉଁଠି କରିବେ ଅଭିଯୋଗ?

ଆପଣ କେଉଁ ବ୍ୟାଙ୍କର ଗ୍ରାହକ ଅଟନ୍ତି ବ୍ୟାଙ୍କର ଗ୍ରୀଭାନ୍ସ ରିଡ୍ରେସାଲ୍ ନମ୍ବର ନେଇ ଆପଣ ସମ୍ପୃକ୍ତ କର୍ମଚାରୀଙ୍କ ନିକଟରେ ଅଭିଯୋଗ କରିପାରିବେ। ଏହା ବ୍ୟତୀତ, ଆପଣ ବ୍ୟାଙ୍କର ଟୋଲ୍ ଫ୍ରି ନମ୍ବରକୁ କଲ କରି ଆପଣଙ୍କର ସମସ୍ୟା ମଧ୍ୟ କହିପାରିବେ । କେତେକ ବ୍ୟାଙ୍କ ଏକ ଅନଲାଇନ୍ ଅଭିଯୋଗ ଦାଖଲ କରିବାର ସୁବିଧା ମଧ୍ୟ ପ୍ରଦାନ କରନ୍ତି ।

ବ୍ୟାଙ୍କିଂ ଲୋକପାଳରେ କରନ୍ତୁ ଅଭିଯୋଗ

ଯଦି ଆପଣ ବ୍ୟାଙ୍କ ଲୋକପାଳକଙ୍କ ନିକଟରେ ବ୍ୟାଙ୍କ କର୍ମଚାରୀଙ୍କ ଅଭିଯୋଗ କରିବାକୁ ଚାହାନ୍ତି, ତେବେ ଆପଣ କଲ କିମ୍ବା ଅନଲାଇନ୍ ରେ ଅଭିଯୋଗ ପଞ୍ଜିକରଣ କରିପାରିବେ।

– ଏଥିପାଇଁ ଆପଣ ବିଭାଗର ୱେବସାଇଟ୍ https://cms.rbi.org.in ରେ ଲଗ୍ଇନ୍ କରନ୍ତୁ ।

– ତା’ପରେ File A complaint କୁ ଯାଆନ୍ତୁ ।

– କିମ୍ବା [email protected] କୁ ମେଲ୍ କରି ଆପଣଙ୍କର ସମସ୍ୟା ପଞ୍ଜିକରଣ କରନ୍ତୁ ।

– ଟୋଲ୍ ଫ୍ରି ନମ୍ବର ୧୪୪୪୮ ରେ କଲ୍ କରି ମଧ୍ୟ ଅଭିଯୋଗ କରିପାରିବେ ।

Leave A Reply

Your email address will not be published.