xmas

ମାଲକାନଗିରି ବିଜୁ ଜନତା ଦଳ ତରଫରୁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତର ୧୫ ତମ ରାଷ୍ଟ୍ରପତି ଭାବରେ ନବ ନିର୍ବାଚିତ ହୋଇଥିବା ବିଜୟ ଉତ୍ସବ ପାଳନ

ମାଲକାନଗିରି: ୨୨/୦୭/୨୨ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥିନୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପରେ ବିଜୟ ଉତ୍ସବ ପାଳନ କରଯାଇଥିଲା ଏହି ଅବସରରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ନଗର ଭବନରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା । ଏନଡିଏ ପକ୍ଷରୁ ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଓଡିଶାର ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥିନୀ ଭାବେ ଚୟନ କରାଯାଇଥିବା ବେଳେ ଏହାକୁ ବିଜୁ ଜନତା ଦଳ ପକ୍ଷରୁ ମଧ୍ୟ ସମର୍ଥନ କରାଯାଇଥିଲା ଓଡିଶା ପାଇଁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗର୍ବ ଓ ଗୌରବ ହୋଇଥିବା ବେଳେ ତାଙ୍କର ବିଜୟ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଭରପୁର ପ୍ରୟାସ କରଯାଇଥିଲା । ତେବେ ଏହି କ୍ରମରେ ଦ୍ରୌପଦୀ ମୁର୍ମୁ ନିର୍ବାଚନରେ ବିଜୟ ଲାଭ କରିବା ପରେ ପୁରା ଦେଶରେ ଏହାକୁ ନେଇ ବେସ ଖୁଶିର ଲହରି ଖେଳିଯାଇଛି । ଏହି ବିଜୟ ପରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ନଗର ଭବନରେ ବିଜୟ ଉତ୍ସବ ପାଳନ କରାଯାଇଛି ମାଲକାନଗିରି ଜିଲ୍ଲା ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକାଙ୍କ ଆଭାନ୍ କ୍ରମେ ଜିଲ୍ଲା ବିଜୁ ଜନତା ଦଳର ତତ୍ତ୍ଵାବଧାନରେ ପୂର୍ବତନ ବିଧାୟକ ମାନସ୍ ମାଡ଼କାମି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରି ତାଙ୍ଗୁଲ୍, ଜିଲ୍ଲା ବରିଷ୍ଠ ଉପଦେଷ୍ଠା ରାଜେନ୍ଦ୍ର ପଣ୍ଡା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୂର୍ଗା ତ୍ରିପାଠୀ, ସାଧାରଣ ସଂପାଦକ ଗୋପାଳ କୃଷ୍ଣ ପଣ୍ଡା, ଜିଲ୍ଲା ଉପଦେଷ୍ଠା ପ୍ରକାଶ ପଟ୍ଟନାୟକ ଜିଲ୍ଲା ପରିଷଦ ଉପାଧକ୍ଷ ପତିତ ବୈଦ୍ୟ, ଜିଲ୍ଲା ଯୁବ ଜନତା ଦଳ ସଭାପତି ଆଡମା ରାବା, ଜିଲ୍ଲା ମହିଳା ସଭା ନେତ୍ରୀ ସୁକାନ୍ତି ବୁରୁଦା, ମାଲକାନଗିରି ପୌରାଧକ୍ଷ ମନୋଜ ବାରିକ, ପୌର ଉପାଧକ୍ଷା କବିତା ମହନ୍ତ, ବାଲିମେଳା ନଗର ସଭାପତି ମଙ୍ଗଳା ପାଙ୍ଗି ପ୍ରମୁଖଙ୍କ ସହ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସମସ୍ତ ବ୍ଲକ ଅଧକ୍ଷ, ୱାର୍ଡ ମେମ୍ବର, ଦଳୀୟ ନେତୃ ମଣ୍ଡଳୀ ଓ କର୍ମୀ ଉପସ୍ଥିତ ଥିଲେ । ଏହି ଅବସରରେ ସମସ୍ତେ ଖୁସି ବ୍ୟକ୍ତ କରିବା ସହ କେକ କାଟି ବିଜୟ ଉତ୍ସବ ପାଳନ କରିଥିଲେ ।

Leave A Reply

Your email address will not be published.