
ଫୁଲବାଣୀ -22/07
ପ୍ରାୟ କୋଟିଏ ଟଙ୍କା ଖର୍ଚ କରି ସମସ୍ତ ସୁବିଧା ଥାଇ ଶହେ ଜଣ
ଆଦିବାସୀ ଛାତ୍ରୀ ରହିଵା ଲାଗି ଦୁଇ ମହଲା ବିଶିଷ୍ଟ କୋଠା ନିର୍ମାଣ ହେଲା lଏଥିସହ ଷ୍ଟାଫ ରହିବା ଲାଗି
କ୍ୱାଟର୍ସ ବି ନିର୍ମାଣ ହେଲା lହେଲେ ତିଆରି ପରଠାରୁଗତ ୭ /୮ ବର୍ଷ ହେଲା ତାଲା ପଡ଼ିଛି lଫଳରେ ଅସାମାଜିକ ଲୋକଙ୍କ ଆଡ୍ଡ଼ା ସ୍ଥଳୀ ପାଲଟିଛି ହଷ୍ଟେଲ ଗୃହ lକେହି କେହି ସୁବିଧା ଦେଖି ଚୋରି କରି ଜିନିଷ ପତ୍ର ବି ନେଲେଣି l
ଏଭଳି ଅବସ୍ଥା ଦେଖିବାକୁମିଳିଛି ଟିକାବାଲି ବ୍ଲକ ଅନ୍ତର୍ଗତ ଗାର୍ଡିଙ୍ଗିଆ ପଂଚାୟତ ର କଟଡ଼ି ଗ୍ରାମରେ l
ହଷ୍ଟେଲ କାଁହିକି ଆରମ୍ଭ ହେଉନି ବୋଲି ପଚାରିବାରେ ଆବଶ୍ୟକ ସଂଖ୍ୟକ ଛାତ୍ରୀ ନଥିବାରୁ ହଷ୍ଟେଲ ଆରମ୍ଭ ହୋଇନଥିବା କୁହାଯାଉଛି l
ପିଲା ଯଦି ନାହାଁନ୍ତି ତେଵେ କୋଟିଏ ଖର୍ଚ୍ଚ କରି ହଷ୍ଟେଲ କିଏ କାଁହିକି କେଉଁ ଉଦେଶ୍ୟରେ ନିର୍ମାଣ କଲେ, ଜଣାପଡ଼ୁନି l
ସରକାରଙ୍କ ଏତେ ଗୁଡିଏ ଟଙ୍କା ପାଣିରେ ପଡ଼ିଲା lକlମରେ ଆସିଲାନି lଏଥିପାଇଁ ଦାୟୀ କିଏ ?
ଏ ନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ସିମାଞ୍ଚଳ ବେହେରା ଙ୍କୁ ପଚାରିବାରେ ସେ ହଷ୍ଟେଲ ରେ ରହିଵା ଲାଗି ପିଲା ନାହାଁନ୍ତି ଫଳରେ ହଷ୍ଟେଲ ଆରମ୍ଭ ହୋଇପାରୁନି l ତାଲା ପଡ଼ିଛି l
ପିଲା ହେଲେ ଆରମ୍ଭ କରିବାରେ ଅସୁବିଧା ନାହିଁ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ବେହେରା କହିଛନ୍ତି lଜିଲ୍ଲାପ୍ରଶାସନ ଏଥିପ୍ରତତୁରନ୍ତ ଦ୍ରୁଷ୍ଟି ଦେଇ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ଗ୍ରାମବାସି ଦାବୀ କରିଛନ୍ତ୍ତି l
ନଚେତ କୌଣସି ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନ କୁ ହସ୍ତାନ୍ତର କରାଗଲେ ଅନ୍ତତଃ କୋଠl ଟି କାମରେ ଲାଗିପାରନ୍ତା ଆଉ ରକ୍ଷଣା ବେକ୍ଷଣ ଠିକ ଭାବେ ହୋଇପାରନ୍ତାବୋଲି ସାଧାରଣରେ ମତ ପ୍ରକାଶ ପାଉଛି l