
୨୨-୦୭-୨୦୨୨
ଓଡ଼ିଶା ର ଗର୍ବ,ମୟୂରଭଞ୍ଜ ମାଟିର ଝିଅ,ପ୍ରତ୍ୟେକ ଟି ହୃଦୟର ଗର୍ବ ଓ ଗୌରବ ଶ୍ରୀମତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇ ଦେଶର ୧୫ ତମ ରାଷ୍ଟ୍ରପତି ହେବାର ସୌଭାଗ୍ୟ ଲାଭ କରିଛନ୍ତି।ଯାହାକୁ ନେଇ ସାରା ରାଜ୍ୟ ରୁ ନେଇ ଜିଲ୍ଲା, ସହରରୁ ନେଇ ଗାଁ ଦାଣ୍ଡର କୋଣ ଅନୁକୋଣ ପର୍ଯ୍ୟନ୍ତ ବିଜୟ ଉତ୍ସବ ମୁଖର ହୋଇଥିବା ବେଳେ ସେଥିରୁ ବାଦ ପଡିନାହାନ୍ତି ସମାଜସେବୀ ସରୋଜ କୁମାର ଖୁଣ୍ଟିଆ। ଶ୍ରୀ ଖୁଣ୍ଟିଆ ତାଙ୍କ ରଘୁନାଥପୁର ସ୍ଥିତ ବାସଭବନ ଠାରେ ପରିବାର ବର୍ଗ ଙ୍କ ସହିତ ବିଜୟ ଉତ୍ସବ ପାଳନ କରୁଥିବା ସମୟରେ ତାଙ୍କୁ ଭଲପାଉଥିବା ବହୁ ଆଦିବାସୀ ସଂପ୍ରଦାୟର ଲୋକମାନେ ଏଥିରେ ସାମିଲ ହୋଇ ଆଦିବାସୀ ସମ୍ପ୍ରଦାୟ ର ପାରମ୍ପାରିକ ନାଚ ଗୀତ ବାଦ୍ୟର ତାଳେ ତାଳେ ଉତ୍ସବ ମୁଖର ହୋଇ ଅତି ଆନନ୍ଦ ଉଲ୍ଲାସର ସହିତ ପରଷ୍ପର କୁ ମିଠା ଖୁଆଇ ପାଳନ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ଉତ୍ସବ ।ତେବେ ସମାଜସେବୀ ଶ୍ରୀ ଖୁଣ୍ଟିଆ ଙ୍କ ବାସଭବନରେ ଏହି ବିଜୟ ଉତ୍ସବ ପାଳନ ସମୟରେ ୭ ନମ୍ବର ୱାର୍ଡ କାଉନସିଲର ପ୍ରଶାନ୍ତ କୁମାର ବେହେରା,୧୭ ନମ୍ବର ୱାର୍ଡ କାଉନସିଲର କରୁଣାକର ହେମ୍ବ୍ରମ ଙ୍କ ସହ ବହୁ ସାଙ୍ଗସାଥି ମାନେ ଉପସ୍ଥିତ ରହି ରାଷ୍ଟ୍ରପତି ଶ୍ରୀମତି ମୁର୍ମୁଙ୍କ ଦୀର୍ଘାୟୁ କାମନା କରିଥିଲେ।ସବିଶେଷରେ ସମାଜସେବୀ ସରୋଜ କୁମାର ଖୁଣ୍ଟିଆ ଦଳ ଗତ ନିର୍ବିଶେଷରେ ମାନ୍ୟବର ମୂଖ୍ୟମନ୍ତ୍ରୀ ସମର୍ଥନ ଜଣାଇଥିବାରୁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଥିଲେ।


