xmas

ଟେକଗୁଡା ନିକଟରେ ବସ ଓଲଟିଲା,୫ ଆହତ

ମାଲକାନଗିରି,୨୩/୭: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୁଡୁମୁଲୁଗୁମ୍ମା ନିକଟସ୍ଥ ଟେକଗୁଡା ନିକଟରେ ଓଡିଶା ପରିବହନ ନିଗମର ଏକ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା।ତେବେ ଏହି ଦୁର୍ଘଟଣାରେ ମାତ୍ର ୫ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।ଏହି ବସଟି ଜୟପୁରରୁ ବାଲିମେଳା ଅଭିମୁଖେ ଯାଉଥିଲା।ତେବେ ଟେକଗୁଡା ନିକଟରେ ହଠାତ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା।ତେବେ ସମସ୍ତ ଆହତମାନଙ୍କୁ କୁଡୁମୁଲୁଗୁମ୍ମା ମେଡିକାଲରେ ଚିକିତ୍ସା କରାଯାଇଛି।ସମସ୍ତେ ସୁସ୍ଥ ଥିବା ଜଣାପଡିଛି।ତେବେ ଏହି ଦୁର୍ଘଟଣା ବଡଧରଣର ହୋଇନଥିବାରୁ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ସ୍ଥାନୀୟ ଲୋକେ କହିଥିଲେ।କୁଡୁମୁଲୁଗୁମ୍ମା ପୁଲିସ ଖବର ପାଇ ଘଟଣାସ୍ଥଳରେ ଯାଇ ତଦନ୍ତ ଆରମ୍ଭ କରିଛି।ତେବେ ସ୍ଥାନୀୟ ଲୋକେ କିନ୍ତୁ ବସରୁ ଆହତମାନଙ୍କୁ କାଢି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିବା କୁହାଯାଇଛି।

Leave A Reply

Your email address will not be published.