xmas

ପୋଲାଭରମ ପ୍ରକଳ୍ପ ପାଇଁ ମୋଟୁ ରେ ବନ୍ୟା ପରିସ୍ଥତି ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ସହ ଆଲୋଚନା କରିବି- ସାଂସଦ ରମେଶ ମାଝୀ

ମାଲକାନଗିରି;- ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରେ ମାଲକାନଗିରି ଜିଲ୍ଲାର ବନ୍ୟା ପ୍ରଭାବିତ ମୋଟୁ ଅଞ୍ଚଳକୁ ଗସ୍ତ କରିଛନ୍ତି ସାଂସଦ ରମେଶ ମାଝୀ । ମୋଟୁ ଅଞ୍ଚଳ ଗସ୍ତ କରି ବନ୍ୟା ପୀଡ଼ିତ ଲୋକଙ୍କ ସହ ସାକ୍ଷାତ କରି ସେମାନଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଥିଲେ।ମାଲକାନଗିରି ଜିଲ୍ଲାର ବିଜେଡି ଦଳର ତୁଙ୍ଗ ନେତା ମନେ ଜିଲ୍ଲା ଜିଲାପରିସଦ ଅଧକ୍ଷ। ଶ୍ରୀମତୀ ସମାରୀ ଟ।ଙ୍ଗୁଲ, ଜିଲ୍ଲା ବିଜେଡ଼ି କାର୍ଯ୍ୟକାରୀ ସଭାପତି ଦୁର୍ଗାପ୍ରସାଦ ତ୍ରିପାଠୀ, ଜିଲ୍ଲା ଯୁବ ବିଜୁ ଜନତା ଦଳ ସଭାପତି ଆଡ ମା ର।ୱା , ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ, ବିଜେଡି ବରିଷ୍ଟ ନେତା ଗୋପାଳ କୃଷ୍ଣ ପଣ୍ଡା, ରାଜେନ୍ଦ୍ର ପଣ୍ଡା, ଜି ଲ୍ଲାର ସମସ୍ତ ଜିଲାପରିସଦ ସଭ୍ୟ ମାନେ ,କାଲିମେଳା ବ୍ଲକ ଅଦକ୍ଷ। ଶ୍ରୀମତୀ ସୁବସିନୀ ସୋଡି ସମେତ ବହୁ ବିଜେଡି କର୍ମୀ ପୁରୁଣା ମୋଟୁ ଏବଂ ବନ୍ୟା ଆଶ୍ରୟସ୍ଥଳୀ ଠାରେ ପହଞ୍ଚି ଲୋକଙ୍କ ସହ କରିବା ସହ ପ୍ରଶାସନ ସହ ଆଲୋଚନା କରିଥିଲେ । ପରେ ବନ୍ୟାରେ ପୀଡ଼ିତ ପରିବାରକୁ ଭେଟି ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ ଏବଂ ପ୍ରଶାସନିକ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ ,4 ଟି ଗ୍ରାମର କେତେ ଲୋକ କ୍ଷତିଗ୍ରସ୍ତ ହୋଇଛି ତାହା ତୁରନ୍ତ ରାଜ୍ୟ ସରକାରଙ୍କ ପାଖରେ ପଠାଇବା ସହ ରାଜ୍ୟ ସରକାର ଏବଂ କେନ୍ଦ୍ରସରକାର ଙ୍କ ସହ ଆଲୋଚନା କରି କିପରି ପୋଲାବରମ ର ପଛୁଆ ପାଣି ରୁ ମୋଟୁ ପଂଚାୟତ ଏବଂ ପୁସୁଗୁଡା ପଂଚାୟତ ଲୋକମାନେ ରକ୍ଷାପାଇ ପାରିବେ ତାହା ଏକ ସ୍ଥାୟୀ ସମାଧାନ କରାଯିବ ବୋଲି ସାଂସଦ କହିଛନ୍ତି। ସୂଚନା ଥାଉକି , ଗତ ଏକ ସପ୍ତାହ ହେଲା ମୋଟୁ ଅଞ୍ଚଳ ବନ୍ୟା ଘେରରେ ରହିଥିବା ବେଳେ ଗତ 18ତାରିଖରୁ ଠାରୁ ବନ୍ୟାପାଣି ହ୍ରାସ ପାଇଛି । ମୁଗିପଏଣ୍ଟ ଠାରୁ ମୋଟୁ ବଜାରକୁ ଲମ୍ବିଥିବା ପିଚୁ ରାସ୍ତା ତଳକୁ ବନ୍ୟାପାଣି ଖସି ଯାଇଛି । ଫଳରେ ମୁଗି ପଏଣ୍ଟ ଏବେ ବନ୍ୟାପାଣିରୁ ମୁକ୍ତ ହୋଇପାରିଛି । କିନ୍ତୁ ପୁରୁଣା ମୋଟୁରେ ଥିବା ଘର ଗୁଡ଼ିକ ଦୀର୍ଘ ୫ ଦିନ ବନ୍ୟାପାଣିରେ ବୁଡ଼ି ରହିଥିବାରୁ ଘର ଗୁଡ଼ିକ ନଷ୍ଟ ହୋଇଯାଇଛି । ଘର ଭିତରେ ଥିବା ଜିନିଷପତ୍ର ସବୁ ନଷ୍ଟ ହୋଇଯାଇଛି । ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶ ର ଚିନ୍ତୁର ମଧ୍ୟରେ ଥିବା ଜାତୀୟ ରାଜପଥ ଏବେ ବି ବନ୍ୟାପାଣିରେ ବୁଡ଼ି ରହିଥିବାର ସୂଚନା ମିଳୁଛି । ଅନ୍ୟ ମାନଙ୍କ ମଧ୍ୟ ରେ ବିଡ଼ିଓ ଉମା ଶଙ୍କର ଦଳେଇ, ଆଡିଶିନାଲ ତହସିଲଦାର ସବିର ସ। ଉପସ୍ଥିତ ରହି ସାଂସଦ ଙ୍କ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.