ଫୁଲବାଣୀ -23/07 ସରକାର ଲୋକଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଲାଗି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି ହେଲେ ଡାକ୍ତର, ନର୍ସ, ଆଟେଣ୍ଡlଣ୍ଟ, ଙ୍କ ଦେଖାମିଳୁନି lଫଳରେ ସିକ୍ୟୁରିଟି ଗାର୍ଡ କରୁଛନ୍ତି କୁଆଡେ ରୋଗୀସେବା lଏଭଳି ସ୍ଥିତିରେ ରୋଗୀ କିଭଳି ସ୍ୱାସ୍ଥ୍ୟ ସେବା ପାଉଥିବେ ଏଥିରୁ ଜଣାପଡୁଛି lଏଭଳି ଅଭାବନିୟ ଦୃଶ୍ୟ ଦେଖିବାକୁ ମିଳିଛି ଫୁଲବାଣୀ ସଦର ମହକୁମା ମୂଖ୍ୟ ଡାକ୍ତର ଖାନାରେ lସଦରମହକୁମା ଡାକ୍ତର ଖାନରେଫୁଲବାଣୀ ରନାରାୟଣୀ ରୋଡ ର ଦିବାକର ମହାନନ୍ଦିଆ ନାମକ ଜଣେଵ୍ୟକ୍ତି ଗୁରୁତରଅସୁସ୍ଥ ଅବସ୍ଥାରେ ଚିକିତ୍ସା ପାଈଁ ସଦର ମହକୁମା ଡାକ୍ତର ଖାନା ରେ ଭର୍ତ୍ତି ହୋଇଥିଲେ lତାଙ୍କୁ ମେଡ଼ିସିନଵିଭାଗ ପୁରୁଷ ୱାର୍ଡ ରା 140ନମ୍ବର ବେଡ଼ ରେ ଜଏନ ହେବା ପରେ ସାଲାଇନ ଲଗାଯାଇଥିଲା lହେଲେ ସାଲାଇନ ସରିଗଲାଣି ନର୍ସ ଙ୍କ ଦେଖା ମିଳିଲାନି, ସିକ୍ୟୁରିଟି ଗାର୍ଡ ଆସି ଶେଷରେ ରୋଗୀଙ୍କ ସାଲାଇନ ଖୋଲିଥିଲେ lଯାହାକି ଚିତ୍ର ବୟାନ କରୁଛି lଏନେଇ ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ lନିକଟରେ ବlରୀକୁମ୍ପା ଡାକ୍ତରଖାନା ରେ ରୋଗୀଙ୍କୁ ମେଡ଼ିସିନ ନ ଦେଇ ନିକଟସ୍ଥ ପରିତ୍ୟକ୍ତ କୂଅରେ ଫୋପାଡ଼ିଦେଇଥିବା ନେଇ ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା lସଦର ମହକୁମା ଡାକ୍ତର ଖାନା ରେ ଯଦି ଏଭଳି ଅବସ୍ଥା ତେଵେ ଗ୍ରାମାଞ୍ଚଳ ରେ କିଭଳି ସ୍ୱାସ୍ଥ୍ୟ ସେବା ପାଉଥିବେ ତାହା ଏଥିରୁ ଜଣାପଡୁଛି l ତେଵେ କାଁହିକି, କିଭଳି ଓ କେଉଁ ପରିସ୍ଥିତି ରେ ଜଣେ ଅନଭିଜ୍ଞ ସିକ୍ୟୁରିଟି ଗାର୍ଡ ରୋଗୀ ସେବା କରୁଥିଲେ ତାହା ତଦନ୍ତ କଲେ ଜଣାପଡିବ l ଏଥିପ୍ରତି ଜିଲାପାଳ ଓ , ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ତୁରନ୍ତ ଦୃଷ୍ଠୀ ଦେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇପଡିଛି l