xmas

ଅର୍ପିତାଙ୍କ ଓଡିଶା ଲିଙ୍କ ପରେ ଓଲିଉଡରେ ହଇଚଇ।

ପଶ୍ଚିମବଙ୍ଗର ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ୨୦ କୋଟି ଜବତ ହେବା ଘଟଣା ସାରାଦେଶରେ ହଇଚଇ ସୃଷ୍ଟି କରିଛି । ଟିଏମସିର ପାୱାର କରିଡରରରେ ସେ ବେଶ ପ୍ରଭାବଶାଳୀ ଥିଲେ । ଅର୍ପିତାଙ୍କ ଓଡିଶା ଲିଙ୍କ୍ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ସେ ଅନେକ ଓଡିଆ ଫିଲ୍ମରେ ଅଭିନୟ କରିଥିଲେ । ଯେଉଁ ନିର୍ଦ୍ଦେଶକ ଅର୍ପିତାଙ୍କ ସହ କାମ କରିଛନ୍ତି ସେମାନେ ଏହି ଅଭିନେତ୍ରୀଙ୍କ ସମ୍ପର୍କରେ ମତ ରଖିଛନ୍ତି । ବନ୍ଦେ ଉକ୍ରଳ ଜନନୀ, ରାଜା ଆୱାର ଭଳି ଫିଲ୍ମରେ ସେ ଅଭିନୟ କରିଛନ୍ତି । ନିର୍ଦ୍ଦେଶକ ବସନ୍ତ ସାହୁଙ୍କ ମତରେ, ଅର୍ପିତା ବହୁ କମ ପାରିଶ୍ରମିକରେ କାମ କରିବାକୁ ରାଜି ହେଉଥିଲେ । ତେଣୁ ଜବତ ଟଙ୍କା ତାଙ୍କ ଫିଲ୍ମ ଟଙ୍କା ବୋଲି କୁହାଯାଇପାରିବ ନାହିଁ । ଏହି ଟଙ୍କାକୁ ତାଙ୍କ ପାଖରେ ଲୁଚାଇ ରଖାଯାଇଥାଇପାରେ । ଟଙ୍କା ଆଉ କାହାର ଓ ଅର୍ପିତା କେବଳ ଏକ ମାଧ୍ୟମ ମାତ୍ର ।

ଅର୍ପିତା ମୁଖାର୍ଜୀ ଅଭିନୟ କରିଥିବା ଓଡିଶା ଫିଲ୍ମ ମଧ୍ୟରେ ଥିଲା ୨୦୧୦ର ଓଲିଉଡ ଫିଲ୍ମ ତୋର ମୋର ଯୋଡି ସୁନ୍ଦର । ଏହାର ନିର୍ଦ୍ଦେଶକ ଦେବୁ ପଟ୍ଟନାୟକଙ୍କ ମତରେ , ଅର୍ପିତା ଜଣେ ଭଲ କଳାକାର ଥିଲେ । ଏହି ଫିଲ୍ମ ପାଇଁ ସେ ୫୦ ହଜାର ଟଙ୍କା ନେଇଥିଲେ । ଏହି ଘଟଣା ସମ୍ପର୍କରେ ଜାଣିବା ପରେ ସେ ଆଶ୍ଚର୍ଯ୍ୟବୋଲି କହିଛନ୍ତି ଦେବୁ ପଟ୍ଟନାୟକ । ସେହିଭଳି ଅଶୋକ ପତିଙ୍କ ମତରେ, ସେ ଅଭିନିୟରେ ରୁଚି ରଖୁଥିଲେ ।

ଅର୍ପିତା ୭ରୁ ଅଧିକ ଓଡିଆ ଫିଲ୍ମରେ ଅଭିନୟ କରିସାରିଛନ୍ତି । ଏଗୁଡିକ ମଧ୍ୟରୁ ୩ଟି ଫିଲ୍ମରେ ଲିଡ ରୋଲରେ ଅଛନ୍ତି । ୨୦୧୨ରେ ସେ ଶେଷ ଓଡିଆ ଫିଲ୍ମରେ ଅଭିନୟ କରିଥିଲେ । ଏହା ପରେ ସେ ବଙ୍ଗଳା ଫିଲ୍ମରେ ଅଧିକ ସକ୍ରିୟ ଥିଲେ ଓ ଓଲିଉଡରୁ ଦୂରେଇ ଯାଇଥିଲେ ।

ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ନାଁ ସାମ୍ନାକୁ ଆସିବା ପରେ ଅଡୁଆରେ ଶାସକ ଦଳ ଟିଏମସି । ଏହି ମାମଲାରେ ଏବେର ଶିଳ୍ପ ମନ୍ତ୍ରୀ ତଥା ତକ୍ରାଳୀନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୂଖାର୍ଜୀ ଗିରଫ ହୋଇଛନ୍ତି । ତାଙ୍କ ଘରେ ଇଡି ରେଡ୍ କରି ନଗଦ ୨୦ କୋଟିରୁ ଅଧିକ ଟଙ୍କା, ଗହଣା, ମୋବାଇଲ ସମେତ ବିଭିନ୍ନ ଦସ୍ତାବିଜ ଜବତ କରିଥିଲା ।

Leave A Reply

Your email address will not be published.