xmas

ନଭୀ ମୁମ୍ବାଇ ମହାନଗର ନିଗମର ୬୧ ଲକ୍ଷ ଟଙ୍କା ଛାଡ଼ କଲେ ଓଡ଼ିଶା ସରକାର

କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ମୁମ୍ବାଇ ସ୍ଥିତ ଓଡ଼ିଶା ଭବନରେ ଡାକ୍ତରମାନଙ୍କ ରହଣି ବାବଦ ଦେୟ ଛାଡ଼ ପ୍ରଥମ ଲହରରେ ଛାଡ଼ ହୋଇଥିଲା ୨ କୋଟି ଟଙ୍କା କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ନଭୀ ମୁମ୍ୱାଇ ମହାନଗର ନିଗମର ଡାକ୍ତର ଓ ନର୍ସମାନଙ୍କ ମୁମ୍ୱାଇ ସ୍ଥିତ ଓଡ଼ିଶା ଭବନରେ ରହଣି ବାବଦ ୬୧ ଲକ୍ଷ ୫ ହଜାର ଟଙ୍କା ଦେୟକୁ ଓଡ଼ିଶା ସରକାର ଛାଡ଼ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ଦେୟ ଛାଡ଼ କରାଯାଇଛି।

୨୦୨୧ ମସିହା ଏପ୍ରିଲ ୧୨ ତାରିଖଠାରୁ ୨୦୨୧ ମସିହା ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଭବନର ଚତୁର୍ଥ ମହଲାରେ ୮ଟି ରୁମ୍ ଓ ଗୋଟିଏ ଡର୍ମିଟୋରିରେ ମହାନଗର ନିଗମର ଡାକ୍ତର ଏବଂ ନର୍ସମାନେ ୭ ମାସରୁ ଅଧିକ ସମୟ ରହି କୋଭିଡ ଚିକିତ୍ସା କରୁଥିଲେ। ଓଡ଼ିଶା ସରକାର ବର୍ତ୍ତମାନ ଏହା ବାବଦ ଦେୟ ଛାଡ଼ କରିଛନ୍ତି।

Leave A Reply

Your email address will not be published.