xmas

ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହେବ ଏସଆଇଏସ୍ ଇଣ୍ଡିଆ ପକ୍ଷରୁ ନିଯୁକ୍ତି ଶିବିର।

ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିୟୋଜନ ବିଭାଗ ମିଳିତ ସହଯୋଗରେ ରିଜିଓନାଲ୍ ଟ୍ରେନିଙ୍ଗ ଏକାଡେମି,ଏସ୍ଆଇଏସ୍ ଇଣ୍ଡିଆ ଲି. କଟକ ପକ୍ଷରୁ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ରୋଜଗାର ଉପଲବ୍ଧ କରାଇବା ସକାଶେ ସୁରକ୍ଷା କର୍ମୀ ଓ ସୁରକ୍ଷା ଅଧିକାରୀ ପଦବୀରେ ନିଯୁକ୍ତ ପାଇଁ ତା ୨୬.୦୭.୨୦୨୨ ରିଖରୁ ଆସନ୍ତା ତା.୦୪.୦୮.୨୦୨୨ ରିଖ ପର୍ଯ୍ୟନ୍ତ ପତ୍ୟହ ସକାଳ ୧୦ ଘଟିକାରୁ ଅପରାହ୍ନ ୩ଘଟିକା ସମୟରେ ସମସ୍ତ ବ୍ଲକ ସ୍ତରରେ ଚୟନ ଓ ପଞ୍ଜିକରଣ ଶିବିର ଚଳିତ ଜୁଲାଇ ମାସ ୨୭ତାରିଖରୁ ଆରମ୍ଭ ହୋଇ ଆସନ୍ତା ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଉକ୍ତ ଚୟନ ଶିବିର ଯଥା କ୍ରମେ ତିରିଙ୍ଗ ଓ ଯଶିପୁର ବ୍ଲକରେ ଜୁଲାଇ ୨୬ ତାରିଖ, ବଦଳଦା ଓ କରଂଜିଆ ଓ ଶାମାଖୁଣ୍ଟା ବ୍ଳକରେ ଜୁଲାଇ ୨୭ ତାରିଖ, ରାଇରଙ୍ଗପୁର, ବାଙ୍ଗିରିପୋଷି ଓ ବାରିପଦା ବ୍ଳକରେ ଜୁଲାଇ ୨୮ ତାରିଖ, ଜାମଦା, ଠାକୁରମୁଣ୍ଡା ବ୍ଲକ ପାଇଁ ଜୁଲାଇ ୨୯ ତାରିଖ ଏବଂ ରରୁଆଂ, ସାରସକଣା ଓ ବେତନଟୀ ବ୍ଲକ ପାଇଁ ଜୁଲାଇ ୩୦ ତାରିଖରେ ଚୟନ ଶିବିର ସଂପୃକ୍ତ ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ । ସେହିପରି ଶୁକୃଳି, କୁଳିଅଣା ଓ ଗୋପବନ୍ଧୁନଗର ବ୍ଲକ
ପାଇଁ ଆସନ୍ତା ଅଗଷ୍ଟ ୧ ତାରିଖ, ବିଶୋଇ, ଶୁଳିଆପଦା ଓ ଖୁଣ୍ଡା ବ୍ଲକ ପାଇଁ ଅଗଷ୍ଟ ୨ ତାରିଖ, ବିଜାତଳା, ରାସଗୋବିନ୍ଦପୁର ଓ ଉଦଳା ବ୍ଲକ ପାଇଁ ଅଗଷ୍ଟ ୩ ତାରିଖ ଏବଂ କୁସୁମି, ମୋରଡା ଓ କପ୍ତିପଦା ପାଇଁ ଅଗଷ୍ଟ ୪ ତାରିଖରେ ସଂପୃକ୍ତ ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ । ଏଥି ନିମନ୍ତେ ପ୍ରାଥୀମାନଙ୍କର ବୟସ ୨୧ ରୁ ୩୭ ବର୍ଷ ଓ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ, ଉଚ୍ଚତା-୧୬୮ ସେ.ମି ଓ ଓଜନ ୫୬ ରୁ ୮୦କି.ଲୋ ଏବଂ ଶାରୀରିକ ସୁସ୍ୟୁ ହୋଇଥିବା ଆବଶ୍ୟକ । ଚୟନ ପ୍ରାର୍ଥୀମାନଙ୍କୁ କଟକ ଚୌଦାରରେ ଏସଆଇଏସ ଲି. ତରଫରୁ ଏକ ମାସ ପାଇଁ ଶାରୀରିକ ଦକ୍ଷତା, ଅଗ୍ନିଶମ ସେବା ପ୍ରଶିକ୍ଷଣ ଓ ପ୍ରାଥମିକ ଚିକିତ୍ସା ଆଦି ସଂପର୍କରେ ତାଲିମ ଦିଆଯିବା ସହ ସଫଳ ପ୍ରଶିକ୍ଷଣ ପରେ ଯୋଗ୍ୟ ପ୍ରାର୍ଥୀଙ୍କୁ ସ୍ଥାୟୀ ନିଯୁକ୍ତିରେ ରାଜ୍ୟ । ଦେଶର ବିଭିନ୍ନ ଜଣାଶୁଣା ସଂସ୍ଥା ଯଥା-ଶିଳ୍ପ କ୍ଷେତ୍ର, ବ୍ୟାଙ୍କିଗ୍ କ୍ଷେତ୍ର, କପୋରେଟ୍, ଶିକ୍ଷା ସଂସ୍ଥାନ ଓ ହଟେଲ ଆଦି କ୍ଷେତ୍ରରେ ମାସିକ ୧୨,୦୦୦/- ରୁ ଟ.୧୫୦୦୦/- ପର୍ଯ୍ୟନ୍ତ ଦରମା ଦିଆଯିବାର ବ୍ୟବସ୍ଥା ରହିଛି ।ଏଥ୍ ସହିତ ଇଫିଏଫ୍,ଇଏସ୍‌ଆଇ, ଗ୍ରାଇଚୁଇଟି, ବନସ ଓ ସ୍ଵାସ୍ଥ୍ୟ ବୀମା, ବାର୍ଷିକ ବେତନ ବୃଦ୍ଧି, ପ୍ରମୋସନ, ପେନସନ, ଇତ୍ୟାଦିର ସୁବିଧା ସୁଯୋଗ ରହିଛି |

Leave A Reply

Your email address will not be published.