ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଗୁଡଭେଲି ପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି | ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର,ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ଵିନୀ ମେହେର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାନ୍ତି, ଉପ ଜିଲ୍ଲାପାଳ ସନତ ନାଏକ , ଜିଲ୍ଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅଭୟ ସାହୁ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ, ବିଡ଼ିଓ କଳାକୃଷ୍ଣ ପ୍ରଧାନ ଙ୍କ ସହିତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦାନ କରି ଲୋକଙ୍କ ସମସ୍ୟା ବୁଝିଥିଲେ | ସମୁଦାୟ ୨୬୮ ଟି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୨୫୬ ଟି ବ୍ୟକ୍ତିଗତ ,୧୨ଟି ଗୋଷ୍ଠୀ ଭିତ୍ତିକ ମାମଲା ହୋଇଥିବା ବେଳେ ୧୩୮ ଟି ମାମଲାର ତୁରନ୍ତ ସମାଧାନ କରାଯାଇଥିଲା | ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୧୪ଜଣକୁ ୧ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା | ଉକ୍ତ ଶିବିରରେ ଆତ୍ମାହୁତି,ଝିଅ ବିକ୍ରି,ଅସହାୟ ଶିଶୁଙ୍କୁ ସରକାରୀ ସହାୟତା ଓ ରାଜନୈତିକ ଆକ୍ରୋଶ ଆଦି ଅନେକ ମାମଲାକୁ ନେଇ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି | ଚଳିତ ମାସ ଶେଷ ସୁଦ୍ଧା ଅବସର ନେବାକୁ ଥିବା ବେଳେ ଜିଲ୍ଲାପାଳଙ୍କ ଏହା ଶେଷ ଜନ ଶୁଣାଣି ଥିଲା । ଗୁଡଭେଲିପଦର ର ପୂର୍ଣ୍ଣିମା ଗେଜ ପ୍ରଶାସନିକ ସହାୟତା ନ ପାଇଲେ ଝିଅ ବିକିବି ବୋଲି କହୁଥିବା ବେଳେ ମନମୁଣ୍ଡା ବାସୁଦେବପାଲି ଗାଁ ର କୁନି ମହାରଣା ସ୍ଵାମୀଙ୍କ ମୃତ୍ୟୁର ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଧାର କରଜ କରି ଶୁଦ୍ଧି କ୍ରିୟା କରିଛନ୍ତି ।ପରିବାର ମଙ୍ଗଳ ଯୋଜନାରେ ୨୦ହଜାର ମିଳି ନ ଥିବା , ବିଧବା ଭତ୍ତା ଆଦି ଅନ୍ୟାନ୍ୟ ସରକାରୀ ସୁବିଧା ପାଇ ନାହାନ୍ତି।ବାରମ୍ବାର କଣ୍ଟାମାଳ ବିଡ଼ିଓ ଙ୍କ କାର୍ଯ୍ୟଳୟ କୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲିଣି ବୋଲି କୋହ ଭରା କଣ୍ଠରେ କହିଛନ୍ତି ।ସହାୟତା ନ ପାଇଲେ ଆତ୍ମାହୁତି ଦେବେ ବୋଲି ଧମକ ଦେଇଛନ୍ତି । ଏବଂ ଗୁଡଭେଲିପଦର ଗାଁ ର ସୁରେଶ ନାଏକ ଓ ଜୟଦପୁର ଗାଁର ଶ୍ରୀଧର କୁମ୍ଭାର ଗତ ନିର୍ବାଚନରେ ସଂପୃକ୍ତ ସରପଞ୍ଚ ଙ୍କୁ ଭୋଟ ଦେଇ ନ ଥିବାରୁ ଉଭୟଙ୍କ ମନରେଗା ଯୋଜନା କାର୍ଯ୍ୟର ଡିମାଣ୍ଡ ଫର୍ମ ରେ ଦସ୍ତଖତ କରିବାକୁ ସରପଞ୍ଚ ମନା କରିଥିବା ନେଇ ଆଜି ବୌଦ୍ଧ ଜିଲ୍ଲାପାଳ ଙ୍କ ଆଗରେ ଅଭିଯୋଗ କରିଛନ୍ତି ।ଖୁବ୍ ଶୀଘ୍ର ସମସ୍ତ ଅଭିଯୋଗ କାରି ଙ୍କ ସମସ୍ତ ଅଭିଯୋଗ ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନେ ସୂଚନା ଦେଇଛନ୍ତି।ଏଠାରେ ଦେଖିବାକୁ ବାକି ରହିଲା କେତେ ଶୀଘ୍ର ଲୋକଙ୍କ ସମସ୍ୟାର ସମାଧାନ କରୁଛି ବୌଦ୍ଧ ପ୍ରଶାସନ।
