xmas

ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ନେଇ ସମଗ୍ର ବାମନଘାଟୀ ଉପଖଣ୍ଡ ଉତ୍ସବ ମୁଖର।

ଆଜି ଭାରତବର୍ଷର ଏକ ସ୍ୱର୍ଣ୍ଣିମ,ସ୍ମରଣୀୟ ଏବଂ ଐତିହାସିକ ଦିନ ।ପ୍ରଥମ ଥର ପାଇଁ ଦେଶର ଜଣେ କମ ବୟସ୍କା ଓଡ଼ିଆ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି।ତେବେ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ସାଧାରଣ ପରିବାରରୁ ଶ୍ରୀମତୀ ମୁର୍ମୁଙ୍କ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଯାତ୍ରା ପାଇଁ ଆଜି ସମଗ୍ର ଓଡ଼ିଶା, ଭାରତବର୍ଷ,ମହିଳା ଓ ଜନଜାତି ସମୁଦାୟ ଗର୍ବିତ।ଏହି ଐତିହାସିକ ଦିନ ପାଇଁ ସାରା ଦେଶ ଆଜି ଉଠୁଛି ପଡୁଛି ।ଯାହାକୁ ନେଇ ଶ୍ରୀମତୀ ମୁର୍ମୁଙ୍କ ନିଜସ୍ବ ସହର ରାଇରଙ୍ଗପୁର ସ୍ଥିତ ପିସିଏମ ଭବନ , ବିଜାତଳା ବ୍ଲକର ବଡାମତଳିଆ,ଜାମଦା ବ୍ଲକର ବ୍ଲକ ପଡିଆ, ପୈତୃକ ଗ୍ରାମ ଉପରବେଡା, ଶଶୁର ଘର ଗ୍ରାମ ପାହାଡପୁର ସମେତ ରାଇରଙ୍ଗପୁର ଆଖ ପାଖ ଅଞ୍ଚଳରେ ଧୁମ୍ ଧାମରେ ନୃତ୍ୟ,ଗୀତ,ଢୋଲ,ମାଦଳ, ର ତାଳେ ତାଳେ ଆତସବାଜୀ ର ଶବ୍ଦ ଏବଂ ମିଷ୍ଟାନ୍ନ ବଣ୍ଟନରେ ଖୁସି ମନାଉଛନ୍ତି ଅଂଚଳବାସୀ ।ଜାତି,ଧର୍ମ,ଦଳମତ ନିର୍ବିଶେଷରେ ସମସ୍ତେ ଖୁସି ମନାଉଛନ୍ତି। ମାଟି, ପାର୍ଟି ସବୁ ଏକାକାର ହୋଇଯାଇଛି ।ଆଉ ଏଥିରୁ ସ୍କୁଲ ଛାତ୍ରଛାତ୍ରୀ,ଅଭିଭାବକ ମଧ୍ୟ ପଛରେ ପଡି ନାହାନ୍ତି । ବିଭିନ୍ନ ସ୍ଥାନରେ ଏଲସିଡି ମାଧ୍ୟମରେ ରାଷ୍ଟ୍ରପତି ସମାରୋହ ଉତ୍ସବ ପ୍ରଦର୍ଶିତ ହୋଇଥିଲା । ସ୍ବାଧୀନତାର ୭୫ ବର୍ଷ ମଧ୍ୟରେ ସମଗ୍ର ବାମନଘାଟୀ ଉପଖଣ୍ଡରେ ଏଭଳି ଅଦ୍ଭୁତପୂର୍ଣ ବିରଳ ଉତ୍ସବ କେବେ ଦେଖା ଯାଇ‌ନଥିଲା ।

Leave A Reply

Your email address will not be published.