ଖୁଣ୍ଟା -ଭାରତ ସ୍ୱାଧୀନତାର ଦୀର୍ଘ ୭୫ ବର୍ଷ ପରେ ଦେଶର ସର୍ବୋଚ୍ଚ ସାମ୍ୱିଧାନିକ ରାଷ୍ଟ୍ରପତି ପଦରେ ମୟୂରଭଞ୍ଜ ମାଟିର ଜଣେ ସୁଦକ୍ଷ ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ଏବଂ ଆଜି ଶପଥ ଗ୍ରହଣ ଉତ୍ସବ ଥବାରୁ ଖୁସୀ ମନାଉଛି ମୟୁରଭଞ୍ଜ । ଦଳମତ ନିର୍ବିଶେଷରେ ବିଭିନ୍ନ ବ୍ୟକ୍ତି ବିଶେଷ ଏବଂ ସଂଗଠନ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଯାହାକୁ ନେଇ ଜିଲ୍ଲା ର ଆଦିବାସୀ ବହୁଳ ଖୁଣ୍ଟା ବ୍ଳକ ଅଧିନସ୍ଥ ଡୁକୁରା ଖେଳ ପଡିଆଠାରେ ଆଦିବାସୀ ସଂଗଠନ ଭଞ୍ଜ ଦିସମ ପାର୍ଗାନ ମହଲ ପକ୍ଷରୁ ନବ ନିଯୁକ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ଏବଂ ଶପଥପାଠ ଗ୍ରହଣ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳନ ହୋଇଛି । ଇତି ଅବସରରେ ଅନୁଷ୍ଠିତ ସଭାକାର୍ଯ୍ୟରେ ଅତିଥି ଭାବେ ମହାନ ପାର୍ଗାନା ସନାତନ ମୁର୍ମୁ , ପାର୍ଗାନା ପୂର୍ଣ୍ଣଚନ୍ଦ୍ର ହାଁସଦା , ସୂର୍ଯ୍ୟାନନ୍ଦ ମୁର୍ମୁ , ଲକ୍ଷ୍ମଣାସାହି ପଞ୍ଚାୟତ ସମିତି ସଭ୍ୟ ସୁନୀଲ କୁମାର ଟୁଡୁ , ବାଙ୍ଗରା ପଞ୍ଚାୟତ ସମିତି ସଭ୍ୟା ତଥା ଖୁଣ୍ଟା ବ୍ଳକର ପୂର୍ବତନ ଅଧ୍ୟକ୍ଷା ତଥା ବାଙ୍ଗରା ପଞ୍ଚାୟତର ସମିତି ସଭ୍ୟା ପୁସ୍ପଲତା ମାରାଣ୍ଡି ଙ୍କ ସମେତ ବ୍ଳକର ସମସ୍ତ ସମିତି ସଭ୍ୟ , ସରପଞ୍ଚମାନେ ଯୋଗ ଦେଇଥିଲେ । ଏହି ଅବସରରେ ଏକ ହଜାର ରୁ ଉର୍ଦ୍ଧ ଆଦିବାସୀ ବର୍ଗର ଜନସାଧାରଣ ଯୋଗ ଦେଇ ଡୁକୁରା ମେଡିକାଲ ଛକରୁ ଦ୍ରୌପଦୀଙ୍କ ପୋଂଟ ଚିତ୍ର ଥିବା ପ୍ଲା କାର୍ଡ଼ ଧରି ପାରମ୍ପରିକ ଧୂମସା , ମାଦଳ ବଜାଇ ଶୋଭା ଯାତ୍ରା ରେ ବାହାରି ଖେଳ ପଡିଆରେ ପହଞ୍ଚିଥିଲେ । ଏବଂ ଅତିଥଗଣ ଆଦିବାସୀ ସଂପ୍ରଦୀୟ ଓ ମୟୁରଭଞ୍ଜ ଭଳି ଜିଲ୍ଲାରେ ଜନ୍ମିତ ଦ୍ରୌପଦୀ ମୁର୍ମୁ କର୍ମମୟ ଜୀବନ ଉପରେ ଆଲୋକ ପାତ କରିବା ସଙ୍ଗେ ସଙ୍ଗେ , ସେ ବିଭିନ୍ନ ଘାତ ପ୍ରତିଘାତ ମଧ୍ୟ ଦେଇ ତାଙ୍କର ଜୀବନ ଅତିବାହିତ କରିଥିଲେ ମଧ୍ୟ ସେ ଧର୍ଯ୍ୟହରା ନହୋଇ ସର୍ବଦା ନିଜକୁ ଲୋକମାନଙ୍କ ସେବାରେ ନିଯଜିତ କରୁଥିଲେ । ଯାହା ପାଇଁ ସେ ଜନମାନସ ରେ ପ୍ରିୟ ” ଦିଦି ” ରୁପେ ନିଜକୁ ପ୍ରତିପାଦିତ କରିପାରିଛନ୍ତି ବୋଲି ସଭାରେ ଯୋଗ ଦେଇଥିବା ବ୍ଳକର ବିଭିନ୍ନ ଅଞ୍ଚଳର ଜନସାଧାରଣଙ୍କୁ ସୁଚାଇ ଥିଲେ । ତତ ସହିତ ରାଷ୍ଟ୍ରପତି ରୁପେ ଶପଥ ଗ୍ରହଣ କରିଥିବାରୁ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ଏବଂ ଆଜିର ଦିନଟି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବମୟ ଦିବସ ବୋଲି ଅତିଥି ଗଣ ନିଜ ନିଜ ବ୍ୟକ୍ତବ୍ୟ ମାଧ୍ୟମରେ କହିଥିଲେ । ଏହି ଅଭିନନ୍ଦନ ଉତ୍ସବରେ ଆଦିବାସୀ ସଂପ୍ରଦାୟର ପାରମ୍ପରୀକ ବେଶଭୁଷାରେ ଯୋଗ ଦେଇଥିବା ଲୋକେ ଧୂମସା , ମାଦଳ ବଜାଇ ପାରମ୍ପରିକ ନୃତ୍ୟ ଗୀତ ର ତାଳେ ତାଳେ ଝୁମି ଖୁସୀ ମନାଇଥିଲେ ।

