xmas

ଟିପିଏସ ଓଡିଏଲ.ର ମନମାନୀ ମାସ ମାସ ଧରି ନୂତନ କନେକସନ ମିଳୁନି, ଲାଞ୍ଚ ଦାବୀ ଅଭିଯୋଗ

ଫୁଲବାଣୀ-୨୫/୦୭
କନ୍ଧମାଳ ଜିଲ୍ଲାରେ ଏବେ ଟାଟା ପାୱ।ରର ମନମାନୀ। ବିଶେଷକରି ଜିଲ୍ଲାର ବାଲିଗୁଡା ଅଞ୍ଚଳରେ ଟାଟା ପାୱ।ର ଅଧିକାରୀଙ୍କ କାର୍ଯ୍ୟକଳାପ ରେ ଅତିଷ୍ଟ ହୋଇପଡିଲେଣି।
ନୂତନ ବିଦ୍ୟୁତକନେକସନ ପାଇଁ କୁ ଆଡେ ଲାଞ୍ଚ ଦାବୀ କରୁଥିବା ଅଭିଯୋଗ ହେଉଛି ।
ଲାଞ୍ଚ ନଦେଲେ କନେକସନ ମିଳେନି ଏଠି ବୋଲି ଚାରିଆଡ଼େ ଚର୍ଚା ହେଉଛି ।
ବାଲିଗୁଡ଼ା ଗୁଳି ମରା ପାଦର ବାମଦେବ ବେହେ ଗତ ୬/୦୩/୨୨ତାରିଖ ଦିନ ଅନ୍ ଲାଇନ ମାଧ୍ୟମରେ ନୂତନଇଲେକ୍ଟ୍ରି କନେକସନ ପାଇଆବେଦନ କରିଥିଲେ । କନେକ ସନବାବଦକୁ ସମସ୍ତ ଡକ୍ୟୁମେଣ୍ଟ ସହ ୩ ହଜାର ୯୧୦ଟଙ୍କା ମଧ୍ୟ ଦାଖଲ କରିଥିଲେ । ହେଲେ କାର୍ଯ୍ୟାଳୟକୁ ନିତି ଧାଉଁଥିଲେ ମଧ୍ୟ ଆଜି ଆସ କାଲିଆ ସ କହି ବାବୁମାନେ ଦିନ ଗଡ଼ାଉଛନ୍ତି ।କନେ କସନ ଦେଉନଥିବା ଅଭିଯୋଗ ହେଉଛି । କୁ ଆଡେ ଲାଞ୍ଚ କିଛି ମାଗୁଥିବା ଅଭିଯୋଗ କରିଛନ୍ତି ଆବେଦନକାରି ବାମଦେବ । ଗରୀବ ଲୋକ ଲାଞ୍ଚ ଦେବାଲାଗି ଟଙ୍କା ଆଣିବି କେଉଁଠୁ ବୋଲି କହିଲେ ମଧ୍ୟ ଶୁଣିବାକୁ ନାହିଁ। ବାମଦେବ ଏକା ନୁହନ୍ତି ଏଭଳି ଅନେକ ଙ୍କୁ ହଇରାଣ କରାଯାଉଥିବା ଶୁଣିବାକୁ ମିଳୁଛି ।
ଏଣୁ ବାଲିଗୁଡ଼ା ଅଞ୍ଚଳରେ ଅବସ୍ଥାପିତ ଦୁର୍ନିତୀ ଗସ୍ତ କର୍ମଚାରୀଙ୍କ ବିରୁଦ୍ଧରେ ତଦନ୍ତ କରାଯାଇ ଅନ୍ୟତ୍ର ବଦଳୀ କରିବାକୁ ସାଧାରଣରେ ଦାବୀ ହେଉଛି ।
ଏନେଇ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରେ ସେ ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.