xmas

କଣ୍ଟାମାଳ ବ୍ଲକ ରେ ବିକାଶର ନଗ୍ନ ଚିତ୍ର,ଗାଁକୁ ଗଲାନାହିଁ ଆମ୍ବୁଲାନ୍ସ କାନ୍ଧରେ ବୁହାହେଲେ ରୋଗୀ।

କଣ୍ଟାମାଳ: କଣ୍ଟାମାଳ ବ୍ଲକ ରେ ବିକାଶର ନଗ୍ନ ଚିତ୍ର,ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ କାନ୍ଧରେ ବୁହାହେଳେ ରୋଗୀ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସବୁବେଳେ ବିକାଶର ବାହାରେ ।କେତେବେଳେ କେଉଁ ଗାଁର ଲୋକେ ଅନ୍ଧାରରେ ତା କେତେ ବେଳେ କେଉଁ ଗାଁକୁ ଆମ୍ବୁଲାନ୍ସ ନଯିବା ଘଟଣା ଏବେ ଲୋକଙ୍କୁ ବ୍ୟସ୍ତ ବହୁଳ କରୁଥିବା ବେଳେ କେତେବେଳେ 5T ସ୍କୁଲ ର ରୁପାନ୍ତିକରଣରେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଦେଖିବାକୁ ମିଳିଛି।ସରକାରଙ୍କ ମାଳ ମାଳ ଯୋଜନା ଖାତା ଓ ଫାଇଲ ରେ ସବୁ ପୋତି ହୋଇଥିବା ବେଳେ ତାହାର ଫାଇଦା ଉଠାଉଛନ୍ତି କିଛି ଠିକାଦାର ଓ ବିଭାଗୀୟ ଅଧିକାରୀ ମାନେ। ବାରମ୍ବାର ଲୋକ ଯାହାବି ଅଭିଯୋଗ କରୁଛନ୍ତି ନଦେଖିଲା ପରୀ ଅଭିନୟ ହେଉଥିବା ଅଭିଯୋଗ ହୋଇଛି।ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବରଗାଁ ପଞ୍ଚାୟତ ଅନ୍ତର୍ଗତ ସାହଜ ପିଟା ଗ୍ରାମର ରଶ୍ମିତା ମନହିରା ଙ୍କୁ ପ୍ରବଳ ଜ୍ଵର ହେବାରୁ ପରିବାର ଲୋକ 108 ଆମ୍ବୁଲାନ୍ସ କୁ ଫୋନ୍ କରି ଡାକିଥିଲେ।ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଏକ କିଲୋମିଟର ଦୂରରେ ରହିଥିଲା।ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକେ ରଶ୍ମିତା ଙ୍କୁ ୧କିମି କାନ୍ଧରେ ବୁହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ।ଏହି ରାସ୍ତାଟି ବନ ବିଭାଗ ଅଧିନରେ ଥିବାରୁ ପଞ୍ଚାୟତ କର୍ତ୍ତୃପକ୍ଷ ଏହାର ମରାମତି କରୁନଥିବା ଜଣା ପଡ଼ିଛି।ସେହିପରି ବନ ବିଭାଗ ମଧ୍ୟ ଉକ୍ତ ରାସ୍ତା ଉପରେ ଧ୍ୟାନ ଦେଉନାହିଁ। ଏ ସମ୍ପର୍କରେ ଆମେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ସମ୍ଭବ ହୋଇନଥିଲା।ଆଗାମୀ ଦିନରେ ଯଦି ଉକ୍ତ ରାସ୍ତାର ମରାମତି କରାନଯାଏ ତାହା ହେଲେ ଜୋରଦାର ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ ସୂତ୍ର ରୁ ପ୍ରକାଶ।ତେଣୁ ତୁରନ୍ତ ଉକ୍ତ ରାସ୍ତାର ସମାଧାନ କରିବାକୁ ଦାବି ହୋଇଛି।

Leave A Reply

Your email address will not be published.