xmas

ସିକନ୍ଦରାବାଦ ରୂ ସୁନା ଚୋରି କରି ଫୁଲବାଣୀ ରୂ ଗିରଫ

ଫୁଲବାଣୀ -25/07 ସୁଦୂର ସିକନ୍ଦ୍ରାବାଦରୂ ଚୋରି କରି ଫୁଲବାଣୀରେ ଧରାପଡ଼ିଲା ସୁନା ଚୋର। ଅଭିଯୁକ୍ତଜଣଙ୍କ ହେଲା ଚକପାଦ ବ୍ଲକ ଅନ୍ତର୍ଗତ ରୂପଗାଁ ର ହିତ୍ରିକ ପ୍ରଧାନ। ଖବର ରୂ ପ୍ରକାଶ ଯେ, ହିତ୍ରିକ ଆନ୍ଧ୍ର ପ୍ରଦେଶ ର ସିକନ୍ଦ୍ରାବାଦ ମାର୍କେଟ ପୋଲିସ ଷ୍ଟେସନ ଅନ୍ତର୍ଗତ ଜୈନିକ ମହିଳାଙ୍କ ଘରେ କେହି ନ ଥିବା ସୁଯୋଗ ନେଇ ଘରେ ପଶି ମହିଳାଙ୍କ ବେକରୁ 60 ଗ୍ରାମର ସୁନା ହାର ଓ ଲକେଟ ଯୋର ଜବରଦସ୍ତ ଛଡେଇ ଆଣି ଫେରାର ହୋଇଯାଇଥିଲl । ଏନେଇ ସିକନ୍ଦ୍ରାବାଦ ଷ୍ଟେସନ ମାର୍କେଟ ପୋଲିସ ଥାନାରେ 141/23.6.2022ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଥିଲା ସିକନ୍ଦ୍ରାବାଦ ପୋଲିସ। ହିତ୍ରିକ ସିକନ୍ଦ୍ରାବାଦ ଷ୍ଟେସନ ରୋଡ ରେ ଏକ ଫାଷ୍ଟ ଫୂଡ଼ ଦୋକାନରେ କାରିଗର ଭାବେ କାମ କରୁଥିଲେ। ସେଠାରୁ ଚୋରି କରି ଫୁଲବଣୀର ମାଦିକୁନ୍ଦା ଛକ ନିକଟସ୍ଥ ଏକ ସୁନା ଦୋକାନରେ ବିକିବାକୁ ଆସିଥିବାବେଳେ ଦୋକାନୀଙ୍କର ସନ୍ଦେହ ହୋଇଥିଲା। କାରଣ 50 ଗ୍ରାମ ସୁନା ବିକିବାକୁକହି ଦୁଇ ଲକ୍ଷ ଦାମର ସୁନାକୁ ଏକ ଲକ୍ଷ ଟଙ୍କା ଦେଲେ ଵିକିବି କହିବାରୁ ଦୋକାନୀଙ୍କର ସନ୍ଦେହ ହୋଇଥିଲା। ଦୋକାନୀ ଏ ନେଇ ଫୁଲବାଣୀ ଟାଉନ ଥାନାଧିକାରୀ ସୁଶାନ୍ତ କୁମାର ସେଠୀଙ୍କୁ ଖବର ଦେଇଥିଲେ। ପୋଲିସ ସଂଗେ ସଂଗେ ଯାଇ ଅଭିଯୁକ୍ତକୁ ଆଣି ଥାନାରେ ପଚରା ଉଚରା କରିଥିଲା। ପରେ ପୋଲିସ ସିକନ୍ଦ୍ରାବାଦ ରୁ ଚୋରି ହୋଇଥିବା ଜାଣି ସେଠାକାର ପୋଲିସ କୁ ଖବର ଦେଇଥିଲା। ରବିବାର ବିଳମ୍ବିତ ରାତି ରେ ଆନ୍ଧ୍ର ପୋଲିସ ଆସି ଫୁଲବଣୀରୁ ଅଭିଯୁକ୍ତ ହିତ୍ରିକ କୁ ନେଇଯାଇଛନ୍ତି। ତେବେ ଏହିଘଟଣାରେ ଅନ୍ୟ ଜଣେ ସମ୍ପୃକ୍ତ ଥିବା କହିଛି ସିକନ୍ଦ୍ରାବାଦ ପୋଲିସ।

Leave A Reply

Your email address will not be published.