xmas

ନିମ୍ନମାନର ରାସ୍ତା କାମ କରି ଯନ୍ତ୍ରୀ ଓ ଠିକାଦାର ମାଲାମାଲ,ଧୋଇନେଲା ପିଚୁ, ଭିଜିଲାନ୍ସ ତଦନ୍ତ ଦାବୀ

ଫୁଲବାଣୀ -25/07
ଯନ୍ତ୍ରୀ ଓ ଠିକାଦାର ମିଳିମିଶି ନିମ୍ନ ମାନର ତଥା ଉପର ଠାଉରିଆ ଭାବେ କାମ କରି ସିଂହ ଭାଗାଅର୍ଥ କୁଆଡେ ଚଳୁ କରିଦେବା ଫଳରେ ରାସ୍ତା କାମ ସରିବାର ମାସ କେଇଟାବି ଗଲାନି lଚଳିତ ଲଗାଣ ବର୍ଷା ରେ ରାସ୍ତା ଫାଟି ଆଁ କରିବାସହ ଗାତ ହୋଇଯାଇଥିବା ଦେଖିବାକୁ ମିଳିଛି l ଅଭିଯୋଗ ହେବାପରେ ଯନ୍ତ୍ରୀ ଙ୍କ ମୋବାଇଲ ସୁଇଚ ଅଫ ଦେଖାଉଥିବା ବେଳେ ଠିକାଦାର କହୁଛନ୍ତି ବର୍ଷା ପୂର୍ବରୁ କାମ ସାରିବା ଲାଗି ବିଭାଗ ତରବର କରିବାରୁ ରାସ୍ତା କାମ ରେ କିଛିଟା ତ୍ରୁଟି ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା କହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି l
ଏଭଳି ଅଭିଯୋଗ ଆସିଛି କୋଟଗଡ଼ ଅଂଚଳ ରୁ l


ସୂଚନା ଯୋଗ୍ୟ ଯେ, କୋଟଗଡ଼ ରାଜ୍ୟରାଜପଥ ରଡ଼ିଗୁମାରୂ ସିନାଗୁଡ଼ା ଯାଏ ଏକ କୋଟି ଅଶି ଲକ୍ଷ ବ୍ୟୟ ଅଟକଳ ରେ ରାସ୍ତା କାର୍ଯ୍ୟ ବାଲିଗୁଡା ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା କରାଯାଇ ଥିଲା lସମ୍ପୃକ୍ତ ଅଂଚଳ ଏକ ମାଓ ଇଲାକା ତଥା ଦୁର୍ଗମ ଅଂଚଳ ଭାବେ ପରିଗଣିତ ହେଉଥିବାରୁ ବଡ ବଡ ବାବୁମାନଙ୍କ ପାଦ ପଡ଼େନି ଏଠାରେ l
ଫଳରେ ଏହାର ସୁଯୋଗ ରେ ଯନ୍ତ୍ରୀ ଓ ଠିକାଦାର ମିଶି ଉପର ଠାଉରିଆ ଭାବେ କିଛି କରି ସିଂହ ଭାଗ ଅର୍ଥ ଚଳୁ କରିବା ପାଈଁ କୁଆଡେ ଚଳୁ କରିଥିବା ନେଇ ଗ୍ରାମର ବିନୋଦ ଘଡେଇ, ଲେଙ୍ଗରା ପ୍ରଧାନ, ରମେଶ ନାୟକ, ପ୍ରମୁଖ ଅଭିଯୋଗ କରିଛନ୍ତି l
ହେଲେ ଗ୍ରାମଵାସୀ ଲଗାତାର ନିର୍ବାହୀ ଯନ୍ତ୍ରୀ, ଓ ମୁଖ୍ୟ ଯନ୍ତ୍ରୀ ଙ୍କୁ ଅଭିଯୋଗ କରିବା ପରେ କା ଳେ ତଦନ୍ତ ହେବ ଆଉ ସବୁ ଗୁମର ଖୋଲିଯିବ ଭାବି ଯନ୍ତ୍ରୀଅଭିଯୋଗ କୁ ରଫାଦଫା କରିବାଲାଗି ଉଦ୍ୟମ କରୁଥିବା ନେଇ ଆଲୋଚନା ହେଉଛି l
ରାସ୍ତାକାମ ଏପରି ହୋଇଛି ଯେ ଗୋଡ଼ ଘସାରିଲେ ଗୁଡ଼ି ଉଠିଯାଉଛି, ହାତରେ ରାମ୍ପିଲେ ବି ଉଠିଯାଉଛି ରାସ୍ତାରୁ ଗୁଡ଼ି lକୋଟଗଡ଼ ରେ ସହକାରୀ ଯନ୍ତ୍ରୀ, କିମ୍ବା କନିଷ୍ଠ ଯନ୍ତ୍ରୀପ୍ରାୟତଃ ରହୁନାହାନ୍ତି l ବେଳେ ବେଳେ ଆସୁଛନ୍ତି lସେଥିପାଇଁ ଠିକାଦାର ମାନଙ୍କ ମନମାନି ଚାଲିଛି l ଅଭିଯୋଗ କଲେ ଶୁଣୁଛି ଵା କିଏ ?
ଦୁର୍ନିତୀ ନିବାରଣ ବିଭାଗ ମଧ୍ୟରାସ୍ତା କାମ ର ଭିତିରିଆ ତଦନ୍ତ ଆରମ୍ଭ କରିଥିବା ଶୁଣିବାକୁମିଳୁଛି l ତଦନ୍ତ
ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କୁହାଯାଉଛି lସେହିପରି ଦାରିଂବାଡ଼ି ବ୍ଲକ ବ୍ରାହ୍ମଣୀ ଗାଁ ନିକଟ କୁମ୍ଭାରୀଗାଁ ପଂଚାୟତ ର ସାରଗୁଡି -କାତିଙ୍ଗିଆ ରାସ୍ତା କାମରେ ବି ବ୍ୟାପକ ଦୁର୍ନିତୀ ଓ ଅନିୟମିତତା ହୋଇଥିବାନେଇ ଅଭିଯୋଗ ହେବାପରେ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି l
ତେଵେ ବାଲିଗୁଡା ଆରଡ଼ି ବିଭାଗ ନିର୍ବାହୀ ଯନ୍ତ୍ରୀ କୁଆଡେ ଅଧିକା ପିସି ଦାବୀ କରିବାଯୋଙ୍ଗୁ କାମ ସବୁ ନିମ୍ନ ମାନର ହେଉଥିବା ନେଇ ମାଳମାଳ ଅଭିଯୋଗ ପହଂଚିବାରେ ଲାଗିଛି l
ଏଥିପ୍ରତି ବିଭାଗୀୟ ମନ୍ତ୍ରୀ, ସଚିବ, ଭିଜିଲାନ୍ସ କତୃପକ୍ଷ, ଜିଲାପାଳ ଙ୍କ ଦ୍ରୁଷ୍ଟି ଦାବୀ କରିଛନ୍ତି ଗ୍ରାମବାସି l

Leave A Reply

Your email address will not be published.