xmas

ନିମ୍ନମାନର କାମ ଯୋଗୁ ମାସେ ନ ପୁରୁଣୁ ଅମୃତ ସରବର ଗାର୍ଡ ୱାଲ ଭାଙ୍ଗିଲା

କାଲିମେଳା:ତା୨୬/୭ ବିଭାଗୀୟଯନ୍ତ୍ରୀଙ୍କ ଅବହେଳାରେ ଠିକାଦାର ମାନେ କରୁଛନ୍ତି ନିମ୍ନମାନର କାମ।ଏହିଭଳି କିଛି ଦୁର୍ଶ୍ୟ ଦେଖିବାକୁ ମିଳିଛି କାଲିମେଳା ବ୍ଲକ ଭୁବନପାଲି ପଂଚାୟତ ଅନ୍ତର୍ଗତ ଏମ ଭି ୧୨୭ ଗ୍ରାମ ଠାରେ ନିର୍ମିତ ହେଉଥିବା ଅମୃତ ସରବର କାମରେ। ଗ୍ରାମାଞ୍ଚଳର ପରିବେଶକୁ ସୁନ୍ଦର କରିବା ସହ ସ୍ଵଚ୍ଛତା ଓ ପରିବେଶ ସଂରକ୍ଷଣ ଦିଗକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଅମୃତ ସରବୋର ଭଳି ମହତ୍ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରାଯାଇ ଗ୍ରାମାଞ୍ଚଳରେ ନୂତନ ପୋଖରୀ ଖନନ ସହ ପୁନରୁତ୍ଥାନ କରାଯାଉଛି। ତେବେ କିଛି ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ଓ ଲାଭଖୋର ଠିକାଦାରଙ୍କ ଯୋଗୁଁ ବିଭିନ୍ନ ସ୍ଥାନରେ ଏଭଳି ଅମୃତ ଯୋଜନାରେ ନିର୍ମିତ କିମ୍ବା ପୁନରୁତ୍ଥାନ ହେଉଥିବା ପୋଖରୀ ଗୁଡିକର କାର୍ଯ୍ୟର ମାନକୁ ନେଇ ଉଠିଛି ପ୍ରଶ୍ନ। ସୂଚନା ମୁତାବକ ୩୨୬ ନଂ ଜାତୀୟ ରାଜପଥ କଡରେ ଥିବା ଏହି ପୋଖରୀରେ ନିର୍ମାଣ କରାଯାଉଥିବା କଙ୍କ୍ରିଟ୍ କାମରେ ଉକ୍ତ ଅମୃତ ସରବର କାମରେ ମାଟି ତଳେ ଦୁଇ ଫୁଟ କଂକ୍ରିଟ ଭିତିପ୍ରସ୍ତର କରି ସରକାରୀ ନିୟମ ଅନୁସାରେ ଥିବା ସମୟରେ ଏଠାରେ ମାଟି ଉପରୁ ହିଁ ଏକ ଫୁଟହିଁ କଂକ୍ରିଟ ଗାର୍ଡୱାଲ କରାଯାଇଛି।ଏହା ସହ ସରକାରୀ ନିୟମ ଅନୁଯାୟୀ ପ୍ରଯୁକ୍ତ ପରିମାଣର ସିମେଣ୍ଟ, ବାଲି, ମେଟାଲ ମିଶ୍ରଣ କରିବା ଜାଗାରେ ଅତି ନିମ୍ନ ମାନର କାମ ହୋଇଥିବାରୁ ଅମୃତ ସରବରର ଅଧିକାଂଶ ସ୍ଥାନରେ ଫାଟ ସୃଷ୍ଟି ହୋଇ ଗାର୍ଡ ୱାଲ ଢଳିପଡିଛି।ତେବେ ଏହାପରେ ମଧ୍ୟ ଏହି ନିର୍ମାଣ କାମ ଅତ୍ୟନ୍ତ ନିମ୍ନମାନର ହେଉଥିବା ବେଳେ ସରକାରୀ ଅଧିକାରୀ ମାନେ ନିରବଦ୍ରଷ୍ଟା ସାଜିଥିବା କୁହାଯାଉଛି। ଗୋଟିଏ ପଟେ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗ୍ରାମାଞ୍ଚଳରେ ନିର୍ମାଣାଧିନ କାମର ମାନକୁ ସରକାରୀ ବାବୁଙ୍କ ନିୟନ୍ତ୍ରଣ ନରହିବା ପରୋକ୍ଷରେ ଏକ ବଡ ଧରଣର ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ନେଇ ସାଧାରଣରେ କୁହାଯାଉଛି। ଅନ୍ୟପଟେ ଏ ନେଇ ସ୍ଥାନୀୟ ଯନ୍ତ୍ରୀ ବସନ୍ତ କୁମାର ବେହେରାଙ୍କୁ ପଚାରିବାରୁ ସେ ଏହି କାମ ନିମ୍ନମାନର ହୋଇଥିବା ସ୍ୱୀକାର କରିଥିବା ସହ ବର୍ଷା ଯୋଗୁଁ ଭାଙ୍ଗିଯାଇଥିବା କହିଛନ୍ତି ଯନ୍ତ୍ରୀ ।

Comments are closed.