xmas

ସହିଦ ଦିବସ ପୂର୍ବରୁ କନ୍ଧମାଳ ରେ ମାଓ ପୋଷ୍ଟର

ଫୁଲବାଣୀ 26/07
ଆସନ୍ତା ୨୮ ରୂ ଚାରି ତାରିଖ ଯାଏ ମାଓବାଦୀ ଙ୍କ ସହିଦ ସପ୍ତାହ l
ହେଲେ ସହିଦ ସପ୍ତାହ ଆରମ୍ଭ ପୂର୍ବରୂ କନ୍ଧମାଳ ର ବିଭିନ୍ନ ସ୍ଥାନ ରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି l
ସୋମବାର କୋଟଗଡ଼ ଥାନା ଅନ୍ତର୍ଗତ ରଡ଼ିଗୁମା ଠାରେ ମାଓ ପୋଷ୍ଟର ଦେଖିବାକୁ ମିଳିଥିଲା ଫଳରେ ଅଂଚଳ ବାସି ଭୟଭିତ ହୋଇପଡିଛନ୍ତି lରଡ଼ିଗୁମା ଉପସ୍ବାସ୍ଥ୍ୟକେନ୍ଦ୍ର ପାଚେରୀ ରେ ଦୁଇଟି, ସିନାଗୁଡ଼ା ପ୍ରାଥମିକ ବିଦ୍ୟାଳୟ ଓ ଛକ ରେ ଗୋଟିଏ ଲେଖାଏଂ ମାଓ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଥିଲା l ଏ ସବୁ ପୋଷ୍ଟର ରେ ରଡ଼ିଗୁମା ର ରମେଶ ନାୟକ ଓ ଓଁଡାଙ୍ଗମାଳ ର ଜଣଙ୍କ ନାମରେ ଚେତାବନୀ ଦିଆଯାଇଛିl ସେଥିରେ ପୋଲିସ ର ଇନଫରମର ନ ସାଜିବା, ଝିଅ ବୋହୁ ଙ୍କ ବଦନାଁମ ହେଲାପରି କାମ ନ କରିବା, ଆଦି ଜନ ବିରୋଧୀ କାର୍ଯ୍ୟ ନକରିବା କୁ କୁହାଯିବାସହ ଅଂଚଳ ଛାଡି ଚାଲିଯିବାଲାଗି ଧମକ ଦିଆଯାଇଛି lଏକଥା ନ ଶୁଣିଲେ ଜନ ଅଦାଲତ ରେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି l
ତଳେ ସିପିଆଇ ମାଓବାଦୀ, ବାଘଉନା ଡିଭିଜନ କମିଟି ଲେଖାଯାଇଛି l
ଆଗକୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ ହେଉଥିବାରୁ ଏ ସମୟ ମଧ୍ୟରେ ମାଓବାଦୀ ମାନେ କିଛି ଅଘଟଣ ଘଟାଇବା ଆଶଙ୍କା କରାଯାଉଛି l
ଆସନ୍ତା ୨ ୮ରୂ ମାଓ ଇଲାକା ଦେଇ ଯାଉଥିବା ସମସ୍ତ ସରକାରୀ ବସ ସେବା ବନ୍ଦ ରହିବ ବୋଲି ଜଣାପଡିଛି l
ପୋଲିସ ମଧ୍ୟ ମାଓ ଇଲାକା କୁହାଯାଉଥିବା କୋଟଗଡ଼, ତୁମୁଡିବନ୍ଧ, ବେଲଘର, ଫିରିଙ୍ଗିଆ, ଗୋଛାପଡା, ବାଲିଗୁଡା, ଦାରିଂବାଡ଼ି, ବ୍ରାହ୍ମଣୀଗାଁ ଆଦି ଥାନା ଅଂଚଳ ରେ ସତର୍କ ଦ୍ରୁଷ୍ଟି ରଖିବାସହ କମ୍ବିଂ ଅପରେସନ କୁ ଜୋରଦାର କରିଥିବା କଥା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି l

Leave A Reply

Your email address will not be published.