xmas

ପଂଚାୟତ ପ୍ରତିନିଧିମାନଙ୍କୁ ନେଇ କର୍ମଶାଳା

ମାଲକାନଗିରି ୨୬/୭- ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ଠାରେ ବ୍ଲକର ୧୮ ଟି ପଂଚାୟତର ସମସ୍ତ ଲୋକ ପ୍ରତିନିଧିମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧକ୍ଷା ସମାରି ଟାଙ୍ଗୁଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସ୍ଥାନୀୟ ବ୍ଲକ ର ସମସ୍ତ ସରପଞ୍ଚ,ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବରମାନେ ଉପସ୍ଥିତ ଥିଲେ।ଏହି ବୈଠକରେ କିପରି ଲୋକଙ୍କର ସେବା କରାଯାଇପାରିବ ସେନେଇ ଆଲୋଚନା କରାଯାଇଥିଲା।ଏଥିସହ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ସମସ୍ତ ଲୋକ ପ୍ରତିନିଧିମାନଙ୍କ ସମ୍ପୃତି ରହିବା ଦରକାର ବୋଲି କୁହାଯାଇଥିଲା।ଲୋକଙ୍କ ସେବା ପାଇଁ ଆମେମାନେ ସବୁବେଳେ ଆଗଭର ହେବା ସହ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ମଧ୍ୟ ଅବଗତ ହେବା ଦରକାର ବୋଲି କୁହାଯାଇଥିଲା।ସମସ୍ତ ଲୋକ ପ୍ରତିନିଧିମାନେ ନିଜ ନିଜ ମତ ରଖିଥିଲେ।

Leave A Reply

Your email address will not be published.