xmas

ରଙ୍ଗ ତୁଳୀ ଧରି ସ୍କୁଲ କାନ୍ଥରେ ଲେଖା ଚାଲିଛି ୧-୩-୬-୯ ।

ଅକ୍ଷରା ଫାଉଣ୍ଡେସନ ଓ ଗଣଶିକ୍ଷା ବିଭାଗର ମିଳିତ ଉଦ୍ୟମରେ ମୟୁରଭଞ୍ଜ ଜିଲ୍ଲାର ଖୁଣ୍ଡା,ଜିବି ନଗର,ଶୁଳିଆପଦା ଓ ବାଙ୍ଗରୀପୋଷୀ ବ୍ଲକର ବିଭିନ୍ନ ସ୍କୁଲର କାନ୍ଥରେ ରଙ୍ଗ ତୁଳୀରେ ଲେଖା ଚାଲିଛି ୧-୩-୬-୯ । ପ୍ରଧାନ ଶିକ୍ଷକ ଓ ଶିକ୍ଷା ସେଛାସେବୀ ସହଯୋଗରେ ଲେଖା ଅରମ୍ଭ କରାଯାଇଛି । ପ୍ରତି ସ୍କୁଲରେ ଶିକ୍ଷା ସେଛାସେବୀ ମାନେ ଅଭିଭାବକକୁ ୧-୩-୬-୯ ବିଷୟରେ ସଚେତନ କରିଛନ୍ତି ।କାନ୍ଥଲେଖା ୧-୩-୬-୯ ଲେଖାର ଅର୍ଥ ହେଉଛି। ୧-(ଏକ)ର ଅର୍ଥ ଏସ,ଏମ,ସି ବୈଠକ ମାସରେ ଥରେ ଅନୁଷ୍ଠିତ ହେବ । ୩-(ତିନି)ର ଅର୍ଥ ପ୍ରତ୍ୟକ ତିନି ମାସରେ ଅଭିଭାବକ,ଶିକ୍ଷକ ବୈଠକରେ ଯୋଗ ଦେବା ପାଇଁ ଅଭିଭାବକମାନେ ସ୍କୁଲ ଆସିବେ । ୬-(ଛଅ)ର ଅର୍ଥ ଅଭିଭାବକମାନେ ପ୍ରତି ଛଅ ମାସରେ ସମସ୍ତ ପିଲାମାନଙ୍କ ତଥ୍ୟ ଦେଖିବେ ଓ ପିଲାଙ୍କ ପ୍ରଗତି ସମ୍ବନ୍ଧରେ ଆଲୋଚନା କରିବେ ।୯-(ନଅ )ର ଅର୍ଥ ସ୍କୁଲ ଯାଉଥିବା ପିଲା ନଅ ମାସ କିମ୍ବା ୨୪୧ ଦିନ ସ୍କୁଲ ରେ ଉପସ୍ଥିତ ରହିବା ଆବଶ୍ୟକ | ୧-୩-୬-୯ କାନ୍ଥଲେଖା ହେବା ଫଳରେ ରେ ଅଭିଭାବକ ଶିକ୍ଷକ ବୈଠକରେ ନିୟମିତ ଯୋଗ ଦେବା ସହିତ ପିଲାମାନଙ୍କ ଉପସ୍ଥିତ ଓ ଶୈଷିକ ପ୍ରଗତି ବିଷୟରେ ଆଲୋଚନା କରାଯାଉଛି । ଆଗାମୀ ଦିନେରେ ମୟୁରୁଭଞ୍ଜ ଜିଲ୍ଲା ର ସମସ୍ତ ସ୍କୁଲରେ ୧-୩-୬-୯ କାନ୍ଥଲେଖା କରିବା ପାଇଁ ଅକ୍ଷରା ଫାଉଣ୍ଡେସନ ତରଫରୁ ଗଣଶିକ୍ଷା ବିଭାଗକୁ ପ୍ରସ୍ତାବିତ କରାଯାଇଛି।

Leave A Reply

Your email address will not be published.