xmas

ମୋଟର ସାଇକେଲ ଏବଂ ସ୍କୋର୍ପୀଓ ମଧ୍ୟରେ ଧକ୍କା:ଜଣେ ଆହତ

ମାଲକାନଗିରି, ୨୭।୭: ମାଲକାନଗିରି ଜିଲ୍ଲା ଏମ୍ଭି ୭ଗ୍ରାମ ନିକଟରେ ଆଜି ଏକ ମୋଟର ସାଇକେଲ ଏବଂ ଏକ ସ୍କୋର୍ପୀଓ ମଧ୍ୟରେ ଦୁର୍ଘଟଣା ହେବାରୁ ମୋଟର ସାଇକେଲ ଚାଳକ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଏମ୍ଭି ୭ ଗ୍ରାମ ନିକଟରେ ଆଜି ଏକ ସ୍କୋର୍ପୀଓ ଗାଡି କାଲିମେଳା ଅଭିମୁଖେ ଯାଉଥିବା ବେଳେ ଶିଖପାଲିରୁ ମାଲକାନଗିରି ଅଭିମୁଖେ ଆସୁଥିବା ଏକ ମୋଟର ସାଇକେଲ ଚାଳକକୁ ଧକ୍କା ଦେଇଥିଲା । ଫଳରେ ମୋଟର ସାଇକେଲଟି ଗାଡି ଆଗରେ ରହି ଘଷି ହୋଇ ପ୍ରାୟ ୫୦ ମିଟର ଆଗକୁ ଘଷି ହୋଇ ଚାଲି ଯାଇଥିଲା । ଏଥିରେ ମୋଟର ସାଇକେଲ ଚାଳକ ଜଣଙ୍କ ଆହତ ହୋଇପଡିଥିଲେ । ତୁରନ୍ତ ସ୍ଥାନୀୟ ଲୋକେ ତାଙ୍କୁ ଉଧାର କରି ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ଆହତ ବ୍ୟକ୍ତି ଜଣଙ୍କ ସୁକାନ୍ତ ମାଡକାମୀ ଏବଂ ତାଙ୍କ ଘର ସିଆଡିମାଳ ଗ୍ରାମରେ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.