xmas

୮ଫୁଟ ଲମ୍ବ ଥିବା ଅଜଗର ସାପ ଉଦ୍ଧାର

ଫୁଲବାଣୀ, 27।7: ବର୍ତମାନ ବର୍ଷା ଦିନ। ବର୍ଷା ଯୋଗୁଁ ସମସ୍ତ ଅଞ୍ଚଳ ପ୍ରାୟ ସନ୍ତ ସନ୍ତିଆ। ଏଣୁ ସାପ ଭଳି ସରିସୃପ ଅନେକ  ସ୍ଥାନରେ ଜନବସତି ତଥା ଘର ଅଗଣାକୁ ଚାଲି ଆସିବା ଘଟଣା ଦେଖିବାକୁ ମିଳୁଛି। ଫୁଲବାଣୀ ସହରରେ ଏଭଳି ସାପ ଗୁଡ଼ିକର ସୁରକ୍ଷିତ ଉଦ୍ଧାର କାର୍ଯ୍ୟ ପାଇଁ ଟିମ୍ ହ୍ୟୁମାନିଟି କନ୍ଧମାଳ ର ସ୍ନେକ ହେଲ୍ପଲାଇନ ସଦସ୍ୟ ସବୁବେଳେ ତତ୍ପର ଥାଆନ୍ତି।  ବୁଧବାର ରାତି  ୮ ଟା ସମୟରେ ସହରଠୁ ପ୍ରାୟ ୫ କିଲୋମିଟର ଦୂର ମୂଳ ଗୁଦାରୀ ଗାଁ ମଧ୍ୟରେ ଏକ ଅଜଗର ସାପ ପଶିଥିବା ନେଇ ଗାଁ ଲୋକେ ଟିମ୍ ହ୍ୟୁମାନିଟି ସ୍ନେକ ହେଲ୍ପଲାଇନ କୁ ଯୋଗାଯୋଗ କରିଥିଲେ। ଖବର ପାଇ ଟିମ୍ ସଦସ୍ୟ ପ୍ରଶାନ୍ତ କୁମାର ପାଣିଗ୍ରାହୀ ,ଭି.ଜଗନ୍ନାଥ ରାଜୁ , ସାଇରାମ ପାତ୍ର , ଅନ୍ତର୍ଯ୍ୟାମୀ ପ୍ରଧାନ , ଅନୁପ ବିକ୍ରମ ପାତ୍ର , ଏସ ଅବଦୁଲ ସାକୀର , ଅରବିନ୍ଦ ବେହେରା , ଅମରଜ୍ୟୋତି ପ୍ରଧାନ, ତୁରନ୍ତ ଉକ୍ତ ଗାଁରେ ପହଞ୍ଚିଥିଲେ। ୮ଫୁଟ ଲମ୍ବ ଥିବା ଅଜଗର ସାପଟିକୁ ଟିମ୍ ସଦସ୍ୟ  ସୁରକ୍ଷିତ ଭାବେ ଉଦ୍ଧାର କରି ଗାଁ ଠାରୁ ଦୂର ଜଙ୍ଗଲରେ ଛାଡ଼ି ଆସିଥିଲେ। ଗାଁ ଲୋକେ ସାଧୁବାଦ ଦେଇଛନ୍ତି ।

Leave A Reply

Your email address will not be published.